ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ

ଭୁବନେଶ୍ୱର ଦୟାନଦୀରେ ଅଘଟଣା। ଧଉଳି ଥାନା ନୂଆଗାଁ ଡାଲଖାଇ ଘାଟରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ନାବାଳକ । ଜଣେ ନାବାଳକ ପହଁରି ପହଁରି କୂଳରେ ପହଞ୍ଚିବା ବେଳେ ଦୁଇ ଜଣ ନିଖୋଜ ହୋଇଯାଇଥିଲେ। ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ଟିମ୍ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ। ନଦୀ ଭିତରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଜଣେ ଏବେ ବି ନିଖୋଜ ଅଛନ୍ତି। ୨ ଜଣ ଛାତ୍ର ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଷ୍ଟମ ଶ୍ରେଣୀର ଛାତ୍ର ବୋଲି ସୂଚନା ମିଳିଛିି ।

ସୂଚନା ଅନୁଯାୟୀ, ଆଜି ୪ଜଣ ଛାତ୍ର ସାଙ୍ଗ ଦୟାନଦୀ ନୂଆଗାଁ ଉପରସହି ଘାଟକୁ ଗାଧୋଇବାକୁ ଆସିଥିଲେ। ୩ ଜଣ ନଦୀ ଭିତରକୁ ଯାଇଥିଲେ। ପାଣିର କ୍ଷିପ୍ର ସ୍ରୋତରେ ତିନିଜଣ ଭାସି ଯାଉଥିବା ବେଳେ ଜଣେ ପହଁରି କୂଳକୁ ପଳାଇ ଆସିଥିଲେ। ଅନ୍ୟ ୨ ଜଣ ଭାସି ଯାଇଥିଲେ। ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ଜଣେ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ଏବଂ ପୁଲିସ ପହଞ୍ଚି ଜୋରଦାର ସର୍ଚ୍ଚ ଅପରେସନ  ଚାଲିଛି।

Post Views31 Total Count

Apply Now


This will close in 0 seconds

error: Content is protected !!