ସୁନା କହୁଛି ମୋତେ ଛୁଁଅନା

ଭୁବନେଶ୍ବର ବଜାରରେ ପ୍ରଥମ ଥର ପାଇଁ ୨୨ କ୍ୟାରେଟ୍‌ ସୁନା ଦର ୧୦ ଗାମ୍‌ ପିଛା ୧ ଲକ୍ଷ ଟଙ୍କା ଟପି ୧, ୦୧,୧୦୦ ଟଙ୍କାରେ ପହଞ୍ଚିଛି । ଦିନକରେ ସୁନା ଦର ୧୨୫୦ ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ୍‌ ସୁନାରେ ସାଧାରଣତଃ ଗହଣା ନିର୍ମାଣ ହୋଇଥାଏ। ବର୍ଦ୍ଧିତ ଦର ସହିତ ଗଢ଼ା ମୂଲ୍ୟ ଏବଂ ଜିଏସ୍‌ଟିକୁ ମିଶାଇଲେ ଗହଣା ପାଇଁ ଗ୍ରାହକଙ୍କୁ ସୁନା କିଣିବା ବହୁ ମହଙ୍ଗା ହୋଇଯାଇଛି ।

ଚଳିତମାସ ଗତ ଚାରି ତାରିଖରେ ୨୨ କ୍ୟାରେଟ୍‌ ସୁନା ଦର ଭୁବନେଶ୍ବର ବଜାରରେ ୧୦ ଗ୍ରାମ୍‌ ପିଛା ୧୦୦ ଟଙ୍କାର ସାମାନ୍ୟ ହ୍ରାସ ଘଟିଥିଲା । ଏହାକୁ ଛାଡ଼ିଦେଲେ ଅନ୍ୟ ଦିନଗୁଡ଼ିକରେ ସୁନା ଦର ବଢ଼ିଛି । ଏଥିଯୋଗୁ ସେପ୍ଟେମ୍ବର ମାସର ପ୍ରଥମ ୯ ଦିନରେ ସୁନା ଦର ଭୁବନେଶ୍ବରରେ ପ୍ରାୟ ୫୦୦୦ ଟଙ୍କା ମହଙ୍ଗା ହୋଇଯାଇଛି ।

ସେହିଭଳି ଭୁବନେଶ୍ବର ବଜାରରେ ମଙ୍ଗଳବାର ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୧୩୬୦ ଟଙ୍କା ବୃଦ୍ଧି ଘଟି ରେକର୍ଡ ୧,୦୮,୯୩୦ ଟଙ୍କାରେ ପହଞ୍ଚିଛି ।

Post Views20 Total Count

Apply Now


This will close in 0 seconds

error: Content is protected !!