ରାଗିଗଲେ ମନ୍ମଥ, ଶ୍ରିମୟୀଙ୍କୁ କଲେ ଟାର୍ଗେଟ

ରାଗିଗଲେ ମନ୍ମଥ, ଶ୍ରିମୟୀଙ୍କୁ କଲେ ଟାର୍ଗେଟ । ଏବେ ବିଜେଡି ରେ କନ୍ଦଳ। ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ କଟାକ୍ଷ କରି ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି ଯେ, ”ସେ ପ୍ରତିକୂଳ ସମୟରେ ନବୀନ ପଟ୍ଟନାୟକଙ୍କୁ ଇଙ୍ଗିତ କରି ଅଭଦ୍ର ଆଚରଣ କରୁଛନ୍ତି।

ରାଉତରାୟ ଅଭିଯୋଗ କରିଛନ୍ତି, ଶ୍ରୀମୟୀ ଦଳରୁ ପୋଷ୍ଟିଂ, ଆଲାଉନ୍ସ ଓ ସୁବିଧା ପାଇ ନିଜକୁ “ମହାରାଣୀ” ଭାବୁଥିଲେ, କିନ୍ତୁ ସ୍ୱପ୍ନ ଭାଙ୍ଗିବା ପରେ ସେ ବିଚଳିତ ହୋଇ ମାନସିକ ସ୍ଥିତି ହରାଇଛନ୍ତି। ସେ ତାଙ୍କୁ “ମଡର୍ଣ୍ଣ ଯୁଗର ମନ୍ଥରା” ଆଖ୍ୟା ଦେଇ କହିଛନ୍ତି, ସେ ନିଜ ସ୍ୱାର୍ଥ ପାଇଁ ଦଳରେ ବିଭେଦ ସୃଷ୍ଟି କରୁଛନ୍ତି। ରାଉତରାୟ ମଜାଳିଆ ଢଙ୍ଗରେ କହିଛନ୍ତି, ଶ୍ରୀମୟୀଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ବିଜେଡି ଡାକ୍ତର ପଠାଇବା ଉଚିତ।”

ଏହା ପୂର୍ବରୁ ଶ୍ରୀମୟୀ ସୋସିଆଲ ମିଡିଆରେ ‘ଧୃତରାଷ୍ଟ୍ର’ ଆକ୍ଷେପ ପରେ ‘ସନ୍ନ୍ୟାସୀ’ ବିଷୟରେ ପୋଷ୍ଟ କରି ବିଜେଡି ନେତା ପାଣ୍ଡଆନଙ୍କୁ କଟାକ୍ଷ କରିଛନ୍ତି।

Post Views3 Total Count

Apply Now


This will close in 0 seconds

error: Content is protected !!