ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାରେ ୩୮ ମେଢ଼କୁ ୧୯ ଲକ୍ଷ ସହାୟତା ଦେବେ ସରକାର

ଚଳିତ ବର୍ଷ ପ୍ରଥମ ଥର ପାଇଁ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଆର୍ଥିକ ସହାୟତା ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଢେଙ୍କାନାଳର ମୋଟ୍‌ ୩୮ଟି ମେଢ଼କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ମେଢ଼କୁ ୫୦ ହଜାର ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯିବ । ସର୍ବମୋଟ୍‌ ୩୮ଟି ମେଢ଼କୁ ସମୁଦାୟ ୧୯ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବା ନିମନ୍ତେ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟ, ଢ଼େଙ୍କାନାଳରେ ​​​​​​​ଲକ୍ଷ୍ମୀପୂଜା ମାହୋଲ୍‌ ଜମିଲାଣି । ନବବଧୂ ବେଶରେ ସଜେଇ ହେଲାଣି ସହର । ଆଗେଇ ଚାଲିଛି ତୋରଣ ନିର୍ମାଣ । ମଣ୍ଡପରେ ତିଆରି ଚାଲିଛି ମୃଣ୍ମୟୀ ମୂର୍ତ୍ତି । ଆଉ ମାତ୍ର ଦିନ କେଇଟାକୁ ଅପେକ୍ଷା । ଆସନ୍ତା ୬ ତାରିଖରେ ଧରାବତରଣ କରିବେ ମା’ ଗଜଲକ୍ଷ୍ମୀ । ଉତ୍ସାହର ସହ ସମସ୍ତ ପ୍ରସ୍ତୁତି ଚାଲିଛି । ଖାଲି ଢେଙ୍କାନାଳବାସୀ କାହିଁକି ଦୂରଦୂରାନ୍ତରୁ ଲୋକ ବି ଚାହିଁ ରହିଛନ୍ତି ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଦେଖିବାକୁ । ପୂଜା ଯେତିକି ପାଖେଇ ଆସୁଛି, ଉତ୍ସାହ ଓ ଉଦ୍ଦୀପନା ସେତିକି ବଢ଼ି ଚାଲିଛି । ଏହାରି ଭିତରେ ସଂସ୍କୃତି ବିଭାଗ ପକ୍ଷରୁ ଗଜଲକ୍ଷ୍ମୀ ପୂଜା କମିଟି ପାଇଁ ସହାୟତା ରାଶି ଘୋଷଣା କରାଯାଇଛ। ୩୮ଟି ମେଢ଼କୁ ସମୁଦାୟ ୧୯ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।

Post Views7 Total Count

Apply Now


This will close in 0 seconds

error: Content is protected !!