ଗାନ୍ଧୀ ଜୟନ୍ତୀରୁ ଜନ ସମ୍ପର୍କ ପଦଯାତ୍ରା ପାଇଁ ସଙ୍କଳ୍ପ ନେଇଛି ବିଜେଡି

ଗାନ୍ଧୀ ଜୟନ୍ତୀରୁ ଜନ ସମ୍ପର୍କ ପଦଯାତ୍ରା ପାଇଁ ସଙ୍କଳ୍ପ ନେଇଛି ବିଜେଡି। ଭୁବନେଶ୍ବର ଜନତା ମୈଦାନ ନିକଟରେ ଥିବା ଗାନ୍ଧୀ ପାର୍କରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସଙ୍କଳ୍ପ ନେଇଛନ୍ତି ବିଜେଡି ନେତା ଓ କର୍ମୀ। ମହାତ୍ମା ଗାନ୍ଧୀ ଅହିଂସାର ପ୍ରତୀକ। ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ସ୍ଥାନ ଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁବେଳେ ଦାବି କରି ଆସୁଛନ୍ତି। ଅହିଂସା ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବା ପାଇଁ ବିଜେଡି ସଂଗ୍ରାମ ଜାରି ରଖିବ ବୋଲି ମଧ୍ୟ ସଂକଳ୍ପ ନେଇଛି।

ଆସନ୍ତା ୯ ତାରିଖ ଗୋପବନ୍ଧୁ ଜୟନ୍ତୀରୁ ଆରମ୍ଭ ହେବାକୁ ଥିବା ପଦଯାତ୍ରାରେ ଘର ଘର ବୁଲି ନବୀନ ପଟ୍ଟନାୟକ ସରକାରଙ୍କ ସଫଳତା ଓ ବର୍ତ୍ତମାନର ବିଜେପି ସରକାରଙ୍କ ବିଫଳତା ନେଇ ଜନସଚେତନତା ସୃଷ୍ଟି କରିବ ବିଜେଡି। ଏହା ନଭେମ୍ବର ୯ ଯାଏଁ ମାସେ ବ୍ୟାପୀ ପ୍ରତି ୱାର୍ଡ, ବ୍ଲକ, ପଞ୍ଚାୟତ, ଜିଲ୍ଲା ପରିଷଦ, ପୌରାଞ୍ଚଳ ଓ ନିର୍ବାଚନ ମଣ୍ଡଳୀରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି। ଗାନ୍ଧୀ ଜୟନ୍ତୀ ଅବସରରେ ବାର୍ତ୍ତା ଦେଇ ନବୀନ କହିଛନ୍ତି ଯେ, ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଅହିଂସାକୁ ଭାରତର ସମ୍ବିଧାନର ମୁଖବନ୍ଧରେ ସାମିଲ କରିବା ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

Post Views21 Total Count

Apply Now


This will close in 0 seconds

error: Content is protected !!