ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶିତ ହେବ। ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ମାଟ୍ରିକ ସାର୍ଟିଫିକେଟ୍‌ ଉଭୟ ଇଂରାଜୀ ଏବଂ ଓଡ଼ିଆରେ ରହିବ। ଓଡ଼ିଆରେ ପିଲାମାନଙ୍କର ନାମ ବନାନରେ ଯେପରି କୌଣସି ତ୍ରୁଟି ରହିବ ନାହିଁ, ସେହିଭଳି ଭାବେ ଉଦ୍ୟମ କରାଯାଇଛି।

ଉଲ୍ଲେଖନୀୟ ଯେ, ଯୁକ୍ତ୨ ପରୀକ୍ଷା ଗତ ଫେବ୍ରୁଆରି ୧୮ ତାରିଖରୁ ଆରମ୍ଭ ହୋଇଥିଲା ଏବଂ ଏହା ମାର୍ଚ୍ଚ ୨୫ ତାରିଖରେ ଶେଷ ହୋଇଥିଲା। ପରୀକ୍ଷା ଫଳ ପ୍ରକାଶନ ପାଇଁ ଏବେ ମଲ୍ୟାଙ୍କନ ଜାରି ରହିଛି।

ସୂଚନାଯୋଗ୍ୟ, ଆସନ୍ତାକାଲି (ମେ’ ୨ ତାରିଖ) ମାଧ୍ୟମିକ ବୋର୍ଡ ପରୀକ୍ଷା (୧୦ମ/ମାଟ୍ରିକ୍‌) ୨୦୨୬ର ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଗତକାଲି ବିଏସ୍‌ଇ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି। ଜାରି ବିଜ୍ଞପ୍ତି ଅନୁସାରେ, ବାର୍ଷିକ ଉଚ୍ଚବିଦ୍ୟାଳୟ ପ୍ରମାଣପତ୍ର (ଏଏଚ୍‌ଏସ୍‌ସି), ୨୦୨୬, ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ୨୦୨୬ (ପ୍ରଥମ), ମାଧ୍ୟମ ପରୀକ୍ଷା ୨୦୨୬ର ପରୀକ୍ଷା ଫଳ ମଇ ୨ ତାରିଖ ଅପରାହ୍‌ଣ ୪ଟାରେ ପ୍ରକାଶ ପାଇବ। ସଂଧ୍ୟା ୬ଟା ପରେ ବୋର୍ଡର ନିର୍ଦ୍ଧାରିତ ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ www.bseodisha.ac.inରେ ନିଜର ନାମ, ପରୀକ୍ଷା ରୋଲ୍‌ନମ୍ବର ଆଦି ଦାଖଲ କରି ପରୀକ୍ଷା ଫଳ ଦେଖିପାରିବେ। ନଚେତ୍‌ ଅନ୍ୟ ବିକଳ୍ପ ସ୍ପରୂପ, ମୋବାଇଲ୍‌ରେ ଏସ୍‌ଏମ୍‌ଏସ୍‌ ଜରିଆରେ ମଧ୍ୟ ନିଜର ପରୀକ୍ଷା ଫଳ ତଥ୍ୟ ସଂଗ୍ରହ କରିପାରିବେ। ଏଥିପାଇଁ Type OR10<RollNo> ଲେଖି ୫୬୭୬୭୫୦କୁ ପଠାଇବେ। ସନ୍ଧ୍ୟା ୭ଟା ପରେ ଶିକ୍ଷାନୁଷ୍ଠାନର ମୁଖ୍ୟ ଟେବୁଲେସନ୍‌ ରେଜିଷ୍ଟାର୍‌ (ଟିଆର୍‌)କୁ ବିଏସ୍‌ଇ ୱେବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରି ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହୋଇଥିଲା। ଚଳିତ ବର୍ଷ ୫ଲକ୍ଷ ୬୧ହଜାର ୯୭୯ଜଣ ଛାତ୍ରଛାତ୍ରୀ ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ଖାତାକୁ ୫୧ଟି କେନ୍ଦ୍ରରେ ୧୫ହଜାର ଶିକ୍ଷକ ମୂଲ୍ୟାଙ୍କନ କରିଥିଲେ।

 

 

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!