ଭାଙ୍ଗିଲା ପୂଜା ପଣ୍ଡାଲ, ଧୋଇ ହୋଇଗଲା ଦଶହରା

ବାଲିକୁଦା ବସ୍ ଷ୍ଟାଣ୍ଡ ପୂଜା ମଣ୍ଡପର ମୁଖ୍ୟ ପେଣ୍ଡାଲ ଭାଙ୍ଗି ଯାଇଛି। ଲଘୁଚାପ ପ୍ରଭାବରେ ହୋଇଥିବା ପବନ ଏବଂ ବର୍ଷାରେ ପେଣ୍ଡାଲ ଭାଙ୍ଗି ମୁଖ୍ୟ ରାସ୍ତା ଉପରେ ପଡ଼ିଛି। ଏହା ଯୋଗୁ ଗୋଟିଏ ବାଇକ ଏବଂ ଗୋଟିଏ ସ୍କୁଟି ପେଣ୍ଡାଲ ବାଉଁଶ ତଳେ ଚାପି ହୋଇ ରହିଯାଇଛି।ଏହି ଘଟଣାରେ ୨ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇ ଚିକିତ୍ସା ଲାଗି ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ତେବେ ସୌଭାଗ୍ୟ ବଶତଃ ବର୍ଷା ପବନ କାରଣରୁ ବାଲିକୁଦା ମୁଖ୍ୟ ବଜାର ଜନ ଶୂନ୍ୟ ଥିବା କାରଣରୁ ଅନେକ ଜୀବନ ବଞ୍ଚି ଯାଇଛି ।

ସୂଚନା ପାଇ ଅଗ୍ନିଶମ ବିଭାଗ ପକ୍ଷରୁ କଟର ସହାୟତାରେ ବାଉଁଶ କାଟି ରାସ୍ତା ଅବରୋଧ ହଟାଇବାକୁ ଉଦ୍ୟମ ଜାରି ରହିଛି। ଆଜିପାଇଁ ପାଣିପାଗ ବିଭାଗ ପକ୍ଷରୁ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାଲେଟ ଜାରି କରି ଥିବାବେଳେ ପବନ ବୋହିବା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।

Post Views35 Total Count

Apply Now


This will close in 0 seconds

error: Content is protected !!