ଲକ୍ଷେ ୧୦ ହଜାର ଟପିଲା ସୁନା

ସୁନା ଦର ପ୍ରତିଦିନ ନୂଆ ରେକର୍ଡ ସ୍ତର ଅତିକ୍ରମ କରୁଛି। ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୨୫୦ ଟଙ୍କା ବୃଦ୍ଧି ପାଇ ୧,୧୦,୭୦୦ ଟଙ୍କା ହୋଇଛି। ସେହି ସମୟରେ ୨୪ କ୍ୟାରେଟ୍ ସୁନା ଦର ୧୩୭୦ ଟଙ୍କା ବୃଦ୍ଧି ପାଇ ୧,୨୦,୭୭୦ ଟଙ୍କାରେ ପହଞ୍ଚିଛି। ଆଜି ରୁପା କେଜି ୨୦୦୦ ଟଙ୍କା ମହଙ୍ଗା ହୋଇ ୧,୬୭,୦୦୦ ଟଙ୍କା ହୋଇଛି।ଦିଲ୍ଲୀରେ ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ୧୦ ଗ୍ରାମ ସୁନା ଦାମ୍ ୯୭୦୦ ଟଙ୍କା ବୃଦ୍ଧି ପାଇ ୧,୩୦,୩୦୦ ଟଙ୍କାରେ ପହଞ୍ଚିଛି।

ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିବା ଏବଂ ଅନ୍ତର୍ଜାତୀୟ ସ୍ତରରେ ନିବେଶକମାନେ ସୁନାକୁ ଏକ ସୁରକ୍ଷିତ ନିବେଶ ବିକଳ୍ପ ଭାବେ ଗ୍ରହଣ କରିଥିବାରୁ ଦର ବଢ଼ୁଥିବା ବିଶେଷଜ୍ଞମାନେ କହିଛନ୍ତି। ୨୦୨୫ରେ ବର୍ତ୍ତମାନ ସୁଦ୍ଧା ସୁନା ଦର ୫୧,୩୫୦ ଟଙ୍କା ବଢ଼ିଛି। ୨୦୨୪ ଡ‌ିସେମ୍ବର ୩୧ରେ ଏହି ଦାମ୍ ୭୮,୯୫୦ ଟଙ୍କା ଥିଲା।

ଜାତୀୟ ସ୍ତରରେ ରୁପା ବି ମହଙ୍ଗା ହେବାରେ ଲାଗିଛି। ରୁପାର କିଲୋପିଛା ଦାମ୍ ୭୪୦୦ ଟଙ୍କା ବୃଦ୍ଧି ପାଇ ୧,୫୭,୪୦୦ ଟଙ୍କା ହୋଇଛି। ଚଳିତ ବର୍ଷ ରୁପା ମୂଲ୍ୟରେ ୬୭,୭୦୦ ଟଙ୍କା ବୃଦ୍ଧି ହୋଇସାରିଲାଣି। ୨୦୨୪ର ଶେଷ ଦିନରେ ଏହି ଦର ୮୯,୭୦୦ ଟଙ୍କା ଥିଲା। ଅନ୍ତର୍ଜାତୀୟ ସ୍ତରରେ ସୁନାର ଆଉନ୍ସ ପିଛା ଦାମ୍ ୩,୯୪୯.୫୮ ଆଉନ୍ସକୁ ବୃଦ୍ଧି ପାଇଛି।

Post Views4 Total Count

Apply Now


This will close in 0 seconds

error: Content is protected !!