ହାରିଯିବେ ତେଜସ୍ଵୀ, ଅଛନ୍ତି ବହୁ ପଛରେ

ବିହାର ନିର୍ବାଚନର ସବୁଠୁ ଚର୍ଚ୍ଚିତ ଆସନ ମଧ୍ୟରୁ ରାଘୋପୁର ଅନ୍ୟତମ । ଏଠାରେ ଆରଜେଡିର ମୁଖ୍ୟ ଲାଲୁ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଯାହାଙ୍କୁ ବିଜେପି ପ୍ରାର୍ଥୀ ସତୀଶ କୁମାର ଯାଦବ ଚ୍ୟାଲେଞ୍ଜ ଦେଉଛନ୍ତି । ଅନେକ ରାଉଣ୍ଡ ଗଣନା ପରେ ତେଜସ୍ୱୀ ପଛରେ ପଡ଼ିଛନ୍ତି ।

ଆହୁରି 19 ରାଉଣ୍ଡ ବାକି ରହିଛି, କିନ୍ତୁ ଗଣିତ ଦେଖିଲେ ଲାଗୁଛି ତେଜସ୍ୱୀ ଆଉ ଉପରକୁ ଉଠିପାରିବେନି । ତେଜସ୍ୱୀ ୨୦୨୦ ନିର୍ବାଚନରେ ମଧ୍ୟ ସତୀଶ କୁମାର ଯାଦବଙ୍କୁ ହରାଇଥିଲେ, କିନ୍ତୁ ସତୀଶ ଏହି ଆସନରେ ୨୦୧୦ରେ ରାବ୍ରୀ ଦେବୀଙ୍କୁ ୧୩,୦୦୬ ଭୋଟରେ ପରାସ୍ତ କରିଥିଲେ । ସେହି ବିଜୟ ପରେ ସେ ଏହି ଅଞ୍ଚଳରେ ଜଣେ ଶକ୍ତିଶାଳୀ ନେତା ଭାବରେ ଉଭା ହୋଇଥିଲେ ।

ଯଦିଓ ସେତେବେଳେ ସେ ଜେଡିୟୁ ଟିକେଟରେ ଲଢ଼ିଥିଲେ, କିନ୍ତୁ ଏଥର ତାଙ୍କୁ ଏନଡିଏ ପକ୍ଷରୁ ବିଜେପି ପ୍ରାର୍ଥୀ କରିଛି । ୨୦୨ ର ଏହି ନିର୍ବାଚନରେ ରାଘୋପୁରର ମୁକାବିଲା ଅତ୍ୟନ୍ତ ପ୍ରତିଷ୍ଠାଜନକ ହୋଇଛି । ଗୋଟିଏ ପଟେ ଲାଲୁ ଯାଦବ ପରିବାରର ପାରମ୍ପରିକ ଆସନ, ଅନ୍ୟ ପଟେ ବିଜେପିର ସମ୍ମାନ ବାଜିରେ ଲାଗିଛି ।

Post Views8 Total Count

Apply Now


This will close in 0 seconds

error: Content is protected !!