ଏୟାରଲାଇନ୍ସର ବିମାନ ବାତିଲ ଜାରି ରହିଛି। ଶନିବାର ଦେଶର ବିଭିନ୍ନ ବିମାନବନ୍ଦରରେ ୫୦୦ରୁ ଅଧିକ ବିମାନ ବାତିଲ ହୋଇଛି। ଏଥିରେ ବେଙ୍ଗାଲୁରୁ ସର୍ବାଧିକ ପ୍ରଭାବିତ ହୋଇଛି। ବେଙ୍ଗାଲୁରୁରେ ୧୨୪ଟି ବିମାନ ବାତିଲ ହୋଇଛି। ଉଡ଼ାଣ ବାତିଲ ଓ ବିଳମ୍ବ ହେବା କାରଣରୁ ବିମାନବନ୍ଦରଗୁଡ଼ିକରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବା ସହ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି । ଯାତ୍ରୀମାନେ ସେମାନଙ୍କ ଉଡ଼ାଣ ସମୟ ସଂପର୍କରେ ଅବଗତ ହେବା ଏବଂ ଲଗେଜ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ।
ଦେଶର ସବୁଠୁ ବଡ଼ ଏୟାରଲାଇନ୍ସର ଶହଶହ ବିମାନ ବାତିଲ ହେବା ଫଳରେ ବିମାନ ଟିକଟ ମୂଲ୍ୟ ମଧ୍ୟ ବଢ଼ିଯାଇଛି। ଏଥିପାଇଁ ଅନେକ ଯାତ୍ରୀ ସେମାନଙ୍କ କ୍ରୋଧ ସାମାଜିକ ଗଣମାଧ୍ୟମ ସହାୟତାରେ ପରିପ୍ରକାଶ କରୁଛନ୍ତି। ସୂଚନା ଅନୁଯାୟୀ, ବେଙ୍ଗାଲୁରୁ ବିମାନବନ୍ଦରରେ ଆଜି ୧୨୪, ଦିଲ୍ଲୀରେ ୧୦୬, ମୁମ୍ବାଇରେ ୧୧୭, ହାଇଦ୍ରାବାଦରେ ୬୬, ଚେନ୍ନାଇରେ ୪୮ ଏବଂ ପୁଣେରେ ୪୨ଟି ବିମାନ ବାତିଲ ହୋଇଛି।

