ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା

ଭାରତୀୟ ମହିଳା କ୍ରିକେଟ୍ ଦଳର ଚର୍ଚ୍ଚିତ ଷ୍ଟାର ଖେଳାଳି ସ୍ମୃତି ମନ୍ଧାନା ଏବେ ନିଜର ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି । କାହିଁକା ନା ହଠାତ୍ ତାଙ୍କର ବିବାହ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ହେଲେ ଏବେ ସ୍ମୃତି ସାମ୍ନାକୁ ଆସିବା ସହିତ ତାଙ୍କ ବାହାଘର କ୍ୟାନସଲ୍ ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି ।

ତେବେ ସ୍ମୃତି ମନ୍ଧାନା ଏବଂ ପଲାଶ ମୁଚ୍ଚଲଙ୍କ ବିବାହ ସ୍ଥଗିତ ରହିବା ନେଇ ଖୋଦ୍ ସ୍ମୃତି ଏବେ ନିଜର ନୀରବତା ଭାଙ୍ଗିଛନ୍ତି । ମନ୍ଧାନା ସୋସିଆଲ ମିଡିଆରେ ନିଜର ବିବାହ ବାତିଲକୁ ଗ୍ରହଣ କରି ଏକ ବିବୃତ୍ତି ଜାରି କରିଛନ୍ତି। ମନ୍ଧାନା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଯେ “ବିବାହ ବାତିଲ ହୋଇଛି”।

ଜାଣିରଖିବା ଉଚିତ ଯେ, ମନ୍ଧାନା ଏବଂ ପଲାଶଙ୍କ ବିବାହ ନଭେମ୍ବର ୨୩ ତାରିଖରେ ହେବାର ଥିଲା କିନ୍ତୁ ବିବାହ ସମୟରେ ଜଣାପଡିଥିଲା ଯେ ମନ୍ଧାନାଙ୍କ ବାପା ଅସୁସ୍ଥ ଥିଲେ, ଯେଉଁ କାରଣରୁ ବିବାହ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା କିନ୍ତୁ ଏବେ ୧୫ ଦିନ ପରେ ଅର୍ଥାତ୍ ୭ ଡିସେମ୍ବରରେ, ମନ୍ଧାନା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ସେୟାର କରି ବିବାହ ବାତିଲକୁ ଗ୍ରହଣ କରିଛନ୍ତି ।

Post Views2 Total Count

Apply Now


This will close in 0 seconds

error: Content is protected !!