ଡୁପ୍ଲିକେଟ ସୁନା ବିସ୍କୁଟ ଦେଇ ଶିକ୍ଷକଙ୍କୁ ଚୁନା ଲଗାଇଲେ ଦଲାଲ

ଡୁପ୍ଲିକେଟ ସୁନା ବିସ୍କୁଟ ଦେଇ ଶିକ୍ଷକଙ୍କୁ ଚୁନା ଲଗାଇଲେ ଦଲାଲ। ସୁନା ବିସ୍କୁଟ ଦେବେ କହି ଠକିନେଲେ ଲକ୍ଷାଧିକ ଟଙ୍କା।ଇଶ୍ବରପୁର ଫାଣ୍ଡି ଅଞ୍ଚଳରୁ ୬ ଅଭିଯୁକ୍ତଙ୍କୁ ଗିରଫ କଲା ନୀଳଗିରି ପୁଲିସ।

୩ ଲକ୍ଷ ୨୯ ହଜାର ଟଙ୍କା, ୨ ଟି ବାଇକ ଓ ୫ ଟି ମୋବାଇଲ ଜବତ।ସୂଚନା ମୁତାବକ, ପୁରୀଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଜଣେ ଶିକ୍ଷକଙ୍କୁ କମ୍ ମୂଲ୍ୟରେ ସୁନା ବିସ୍କୁଟ ଦେବେ ବୋଲି କହି ନୀଳଗିରି ଅଞ୍ଚଳର ଏକ ସୁନା ଦଲାଲ ରାକେଟ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ।

ହେଲେ ନୀଳଗିରି ଥାନାରେ ଅଭିଯୋଗ ପରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପଚରାଉଚରା କରିବା ସହ ସେମାନଙ୍କ ନିକଟରୁ ୩ ଲକ୍ଷ ୨୯ ହଜାର ଟଙ୍କା ୨ ଟି ବାଇକ ଓ ୫ ଟି ମୋବାଇଲ ଜବତ କରିଛି ପୁଲିସ।

Post Views28 Total Count

Apply Now


This will close in 0 seconds

error: Content is protected !!