ଦୃଶ୍ୟମାନ ହେବ ଏ ବର୍ଷର ପ୍ରଥମ ସୁପରମୁନ୍। କାଲି ଚନ୍ଦ୍ର ପ୍ରାୟ ୩ ଲକ୍ଷ ୬୨ ହଜାର କିମି ନିକଟରେ ରହିବ । ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ରଠାରୁ ପ୍ରାୟ ୧୪ ପ୍ରତିଶତ ବଡ଼ ସହ ୩୦% ଉଜ୍ଜଳ ଦେଖାଯିବ ।
ସୂର୍ଯ୍ୟାସ୍ତ ପରଠାରୁ ସାରାରାତି ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରେ ଏହାକୁ ଖାଲିଆଖିରେ ଦେଖିହେବ। ବର୍ଷ ଶେଷକୁ ଦେଖିବାକୁ ମିଳିବ ଆଉ ଦୁଇଟି ସୁପରମୁନ୍। ନଭେମ୍ବର ୨୪ରେ ଦ୍ବିତୀୟ ଓ ଡିସେମ୍ବର ୨୩ ତାରିଖରେ ତୃତୀୟ ସୁପରମୁନ୍ ଦେଖାଯିବ।
ଏହାଛଡ଼ା ମେ ୧, ମେ ୩୧ ଏବଂ ଜୁନ୍ ୨୯ ତାରିଖରେ ମାଇକ୍ରୋମୁନ ବା ଛୋଟ ଚନ୍ଦ୍ର ଦେଖାଯିବ। ଯାହା ସୁନ୍ଦର ମହାଜାଗତିକ ଦୃଶ୍ୟ ସୃଷ୍ଟି କରିବ । ସୁପରମୁନ ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡେ ନାହିଁ । ସୁପରମୁନ ଶବ୍ଦଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ । ଯଦି ଚନ୍ଦ୍ର ଆମଠାରୁ ୩.୬୩ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡିଥାଏ ତା’ହେଲେ ସେହି ଚନ୍ଦ୍ରକୁ ସୁପରମୁନ କୁହାଯାଏ ।

