ବର୍ବରତାର ସୀମା ଟପିଗଲେ ଜହ୍ଲାଦ

କାରରେ ଲିଫ୍ଟ ଦେଇ ଦୁଷ୍କର୍ମ କଲେ । ଚଳନ୍ତା ଗାଡ଼ିରୁ ଫିଙ୍ଗିଦେଲେ । ବର୍ବରତାର ସୀମା ଟପିଗଲେ ଜହ୍ଲାଦ । ଏପରି ଏକ ଲୋମ ଟାଙ୍କୁରା ଘଟଣା ହରିଆଣାର ଫରିଦାବାଦରୁ ସାମ୍ନାକୁ ଆସିଛି। ରାସ୍ତାରେ ଲିଫ୍ଟ ମାଗୁଥିବା ଜଣେ ମହିଳାଙ୍କୁ କାରରେ ନେଇ, ଦୁଷ୍କର୍ମ କରିବା ପରେ ତାଙ୍କୁ ଚଳନ୍ତା ଗାଡ଼ିରୁ ପେଲି ଦେଇଛନ୍ତି ଜହ୍ଲାଦ। ସୂଚନାମୁତାବକ, ବିଳମ୍ବିତ ରାତିରେ ଜଣେ ୨୫ ବର୍ଷିଆ ବିବାହିତ ମହିଳା ଘରକୁ ଯିବା ପାଇଁ ଗାଡ଼ି ଅପେକ୍ଷା କରିଥିଲେ। ଏହି ସମୟରେ ଗୋଟିଏ ଭ୍ୟାନ ତାଙ୍କ ସାମ୍ନାରେ ଅଟକିଥିଲା। ସେଥିରୁ ଦୁଇ ଯୁବକ ବାହାରି ତାଙ୍କୁ ଘରକୁ ଛାଡ଼ିଦେବାର ପ୍ରତିଶ୍ରୁତି ଦେଇ ଭିତରକୁ ନେଇଯାଇଥିଲେ। ହେଲେ ଗନ୍ତବ୍ୟସ୍ଥଳକୁ ନେବା ପରିବର୍ତ୍ତେ ଦୁର୍ବୁତ୍ତ ତାଙ୍କୁ ଗୁରୁଗ୍ରାମ ଆଡକୁ ନେଇ କାର ଭିତରେ ବଳାତ୍କାର କରିଥିଲେ। ଆଉ ପ୍ରାୟ 3ଟା ସମୟରେ ରାଜା ଚୌକ ନିକଟରେ ଘଣ୍ଟା ପ୍ରତି 90 କିମିରୁ ଅଧିକ ବେଗରେ ଗାଡ଼ିରୁ ବାହାରକୁ ଫିଙ୍ଗି ଦେଇଥିଲେ। ଫଳରେ ମହିଳାଙ୍କ ମୁହଁ ଏବଂ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା ଓ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ପ୍ରାୟ ସାରା ରାତି ପିଡିତାଙ୍କୁ କାରରେ ବନ୍ଧକ ରଖିଥିଲେ ଏହି ଜହ୍ଲାଦ। ଆଉ ତାଙ୍କୁ ଧମକ ଦେଇ କରି ଚାଲିଥିଲେ ନିର୍ଯ୍ୟାତନା। ତେବେ ପିଡିତାଙ୍କ ଭଉଣୀଙ୍କ ଅଭିଯୋଗ କ୍ରମେ ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଆଉ ସମ୍ପୃକ୍ତ ଭ୍ୟାନଟିକୁ ଜବତ କରିଛି। ୨ ଅଭିଯୁକ୍ତ ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶର ମୂଳନିବାସୀ ବୋଲି ଜଣା ପଡ଼ିଛି। ସେମାନେ ସେମାନଙ୍କର ଅପରାଧ ସ୍ୱୀକାର କରିଛନ୍ତି।

ବୈବାହିକ କଳହ ଯୋଗୁଁ ତାଙ୍କ ବାପାମାଙ୍କ ଘରେ ରହୁଥିଲେ ପିଡିତା। ତେବେ ସୋମବାର ସନ୍ଧ୍ୟାରେ ବନ୍ଧୁଙ୍କ ଘରକୁ ଯାଇ ବିଳମ୍ବିତ ରାତିରେ ଫେରୁଥିବା ସମୟରେ ଏ ଜହ୍ଲାଦ ମାନଙ୍କ ହାବୁଡରେ ପଡିଯାଇଥିଲେ। ତେବେ ପୋଲିସ ଅଭିଯୁକ୍ତଙ୍କ ପଚରାଉଚରା କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି ।

Post Views4 Total Count

Apply Now


This will close in 0 seconds

error: Content is protected !!