ଆତ୍ମସମର୍ପଣ କଲେ ୨୬ ହାର୍ଡକୋର ମାଓବାଦୀ

ଆତ୍ମସମର୍ପଣ କଲେ ୨୬ ହାର୍ଡକୋର ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା SP ଙ୍କ ନିକଟରେ ମାଓବାଦୀ ଆତ୍ମସମର୍ପଣ କରିଥିବା ଦେଖିବାକୁ ମିଳିଛି। ୨୬ ଜଣ ହାର୍ଡକୋର ମାଓବାଦୀଙ୍କ ମଧ୍ୟରେ ୭ ଜଣ ଝିଅ ଥିବା ଜଣାପଡିଛି।  ସେମାନଙ୍କ ଉପରେ ଥିଲା ୬୪ ଲକ୍ଷ ଟଙ୍କା ପୁରସ୍କାର। ଆତ୍ମସମର୍ପଣ ମାଓବାଦୀ ସବୁ ଓଡିଶା ଏବଂ ସୁକମା ମାଡ଼ ଅଞ୍ଚଳରେ ସକ୍ରିୟ ରହି ହିଂସାକାଣ୍ଡ ଘଟାଉଥିଲେ। ସରକାରଙ୍କ ଆତ୍ମସମର୍ପଣ ନିତିରେ ଆକର୍ଷିତ ହୋଇ ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି।ସେମାନଙ୍କୁ ମଧ୍ୟ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ସୁକମା SP କୀରଣ ଚୌହାନ କହିଛନ୍ତି।

 

Post Views22 Total Count

Apply Now


This will close in 0 seconds

error: Content is protected !!