ପ୍ରୟାଗରାଜ କୁମ୍ଭମେଳା ସମୟରେ ମୋନାଲିସା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲେ। ପରେ ମୋନାଲିସା ମହମ୍ମଦ ଫରମାନଙ୍କୁ ବିବାହ ପରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ। ଏବେ ଏହି ମାମଲା ଆଇନଗତ ଜଟିଳତାରେ ଫସିଯାଇଛି।
ମଧ୍ୟପ୍ରଦେଶର ମହେଶ୍ୱରରୁ କେରଳର କୋଚି ଯାଇଥିବା ଏକ ପାଞ୍ଚ ଜଣିଆ ପୋଲିସ ଟିମ ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଛି। ମୋନାଲିସାଙ୍କ ଗର୍ଭଧାରଣ ଏବଂ ତାଙ୍କ ବୟସ ସମ୍ପର୍କିତ ବିବାଦକୁ କେନ୍ଦ୍ର କରି ମାମଲାଟି ଏକ ନୂତନ ମୋଡ଼ ନେଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହେଶ୍ୱର ପୋଲିସ ଦଳ ଫରମାନ ଏବଂ ମୋନାଲିସାଙ୍କୁ ହେପାଜତକୁ ନେବା ଉଦ୍ଦେଶ୍ୟରେ କୋଚିରେ ପହଞ୍ଚିଥିଲେ।
ହେଲେ ମହମ୍ମଦ ଫରମାନ ପୋଲିସକୁ ସୂଚନା ଦେଇଥିଲେ ଯେ ମୋନାଲିସା ଗର୍ଭବତୀ । ସେ ବର୍ତ୍ତମାନ ଯାତ୍ରା କରିପାରିବେ ନାହିଁ କିମ୍ବା ପୋଲିସ ସମ୍ମୁଖରେ ହାଜର ହୋଇପାରିବେ ନାହିଁ।
ମାନବିକତା ଏବଂ ଆଇନଗତ ପ୍ରତିବନ୍ଧକ ଦର୍ଶାଇ, ଏମପି ପୋଲିସ ଦଳକୁ ବର୍ତ୍ତମାନ ପାଇଁ ଫେରିବାକୁ ବାଧ୍ୟ କରାଯାଇଥିଲା। ହେଲେ ପୋଲିସ ନିଶ୍ଚିତ ଭାବରେ ଏହି ମାମଲାର ତଦନ୍ତ କରିବ ବୋଲି ଦୃଢ଼ୋକ୍ତି କରିଛି।

