ମହଙ୍ଗା ହେଲା ଓମ୍‌ଫେଡ୍ କ୍ଷୀର ଦର

ଓଡ଼ିଶାରେ ମହାଙ୍ଗା ହେଲା କ୍ଷୀର। ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦର। ପ୍ରତି ଲିଟର ପିଛା କ୍ଷୀର ଦର ୪ ଟଙ୍କା ବୃଦ୍ଧି ପାଇଛି। ଆଜିଠୁ ଏହି ନୂତନ ବର୍ଦ୍ଧିତ ଦର ଲାଗୁ କରାଯାଇଛି। ଏନେଇ ଓମ୍‌ଫେଡ଼ ପକ୍ଷରୁ ନୋଟିଫିକେସ୍ ଜାରି କରିବା ସହ ଏଜେଣ୍ଟମାନଙ୍କୁ ମଧ୍ୟ ସୂଚିତ କରିଛି।

ଓମ୍‌ଫେଡ୍ ପକ୍ଷରୁ ଜାରି ହୋଇଥିବା ନୂତନ ବର୍ଦ୍ଦିତ ଦର ସୂଚୀ ଅନୁଯାୟୀ, ଟୋନ୍ଡ୍ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଛି। ଯାହା ୫୦ ଟଙ୍କାରୁ ବୃଦ୍ଧି ପାଇ ୫୪ ଟଙ୍କା ହୋଇଛି। ସେହିଭଳି ପ୍ରିମିୟମ କ୍ଷୀର ଲିଟର ପ୍ରତି ମଧ୍ୟ ୪ଟଙ୍କା ବଢ଼ିଛି। ଯାହା ୫୪ ଟଙ୍କାରୁ ବଢ଼ି ୫୮ ଟଙ୍କାରେ ପହଞ୍ଚିଛି। ଗୋଲ୍ଡ ପ୍ରିମିୟର କ୍ଷୀର ଲିଟର ପ୍ରତି ୪ ଟଙ୍କା ବଢ଼ି ୬୦ ଟଙ୍କା ହୋଇଛି। ସେହିଭଳି ଗୋଲ୍ଡ ପ୍ରିମିୟର ପ୍ଲସ୍ କ୍ଷୀର ଲିଟର ପ୍ରତି ୪ଟଙ୍କା ବଢ଼ି ୬୪ ଟଙ୍କା ଦର ଛୁଇଁଥିବା ଓମ୍ଫେଡ୍ ପକ୍ଷରୁ ସୂଚିତ କରାଯାଇଛି।

 

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!