ପ୍ରକାଶ ପାଇଛି ମାଟ୍ରିକ୍‌ ପରୀକ୍ଷା ଫଳ :ପାସ୍‌ ହାର ୯୫.୩୩ ପ୍ରତିଶତ

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦଶମ ଶ୍ରେଣୀ ପରୀକ୍ଷା-୨୦୨୬ ଦେଇଥିବା ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କର ହାତରେ ମାଟ୍ରିକ ରେଜଲ୍ଟ ପହଞ୍ଚିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା-୨୦୨୬ର ଫଳାଫଳ ପ୍ରକାଶ ପାଇଛି। ମାଟ୍ରିକ୍‌ ରେଜଲ୍ଟକୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବୋର୍ଡ ସଭାପତି ପ୍ରମୁଖ ଉପସ୍ଥିତିରେ ଜାରି କରାଯାଇଛି।

ରେଜଲ୍ଟ ପ୍ରକାଶନ ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି, ଚଳିତ ବର୍ଷ ମାଟ୍ରିକ ବାର୍ଷିକ ପରୀକ୍ଷାରେ ପାସ୍‌ ହାର ୯୫.୩୩ ପ୍ରତିଶତ ରହିଛି। ଅର୍ଥାତ ମୋଟ୍‌ ୫ଲକ୍ଷ ୧୯ ହଜାର ୨୫୧ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି।

ମାଟ୍ରିକ୍‌ ପରୀକ୍ଷାର ମୁଖ୍ୟାଂଶ

  • A1 ୨୪୫୩
  • A2 ୧୫,୬୮୪
  • B1 ୪୩,୫୬୫
  • B2 ୮୬୧୦୩
  • ୫ଲକ୍ଷ ୧୯ ହଜାର ୨୫୧ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ
  • ପାସ୍‌ ହାର ୯୫.୩୩ ପ୍ରତିଶତ
  • ୧୦୦ ପ୍ରତିଶତ ରେଜଲ୍ଟ ୨,୩୧୦ ସ୍କୁଲ
  • ୧୭,୦୫୫ ଫେଲ୍‌
  • ତିନିଟି ସ୍କୁଲରେ ଆଦୌ କେହି ପାସ୍‌ କରିନାହାନ୍ତି 

ଚଳିତ ବର୍ଷ ମଧ୍ୟ ଛାତ୍ରମାନଙ୍କୁ ଛାତ୍ରୀମାନେ ଟପିଛନ୍ତି। ଛାତ୍ରୀମାନେ ଅଧିକ ପରିଶ୍ରମ କରି ଛାତ୍ରମାନଙ୍କ ତୁଳନାରେ ଭଲ ନମ୍ବର ଆଣିଛନ୍ତି। ଏଥର ୨,୬୩,୧୫୨ ଜଣ ଛାତ୍ରୀ ପାସ୍‌ କରିଛନ୍ତି। ୨, ୫୬,୦୯୯ ଜଣ ଛାତ୍ର ପାସ୍‌ କରିଛନ୍ତି। ଗଜପତି ଜିଲ୍ଲାରେ ପାସ୍‌ ହାର ସର୍ବାଧିକ ୯୯.୩୧% ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଏହା ସର୍ବନିମ୍ନ ୯୪.୩୫% ହୋଇଛି।

ଗଜପତି ଜିଲ୍ଲାରେ ସମୁଦାୟ ୭୯୨୭ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏଥିମଧ୍ୟରେ ଛାତ୍ରଙ୍କ ସଂଖ୍ୟା ୩୯୩୯ ଜଣ ଏବଂ ଛାତ୍ରୀଙ୍କ ସଂଖ୍ୟା ୩୯୮୮ ରହିଛି। A1୧ରେ ୬ ଜଣ, A2ରେ ୩୯୫ଜଣ, B1ରେ ୧୭୯୫, B2ରେ ୩୩୭୩, Cରେ ୨୦୪୬, Dରେ ୧୧୩୨, Eରେ ୧୮୦  ଏବଂ Fଗ୍ରେଡ୍ ରେ ୫୫  ଜଣ ରହିଛନ୍ତି ।

କଟକସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ବାର୍ଷିକ ଉଚ୍ଚବିଦ୍ୟାଳୟ ପ୍ରମାଣପତ୍ର (ଏଏଚ୍‌ଏସ୍‌ସି), ୨୦୨୬, ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ୨୦୨୬ (ପ୍ରଥମ), ମାଧ୍ୟମ ପରୀକ୍ଷା ୨୦୨୬ର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏହି ରେଜଲ୍ଟ ସଂଧ୍ୟା ୬ଟା ପରେ ବୋର୍ଡର ନିର୍ଦ୍ଧାରିତ ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ ଉପଲବ୍ଧ ହେବ। ପିଲାମାନେ ପ୍ରଥମ ଥର ଓଡ଼ିଆ ଭାଷାରେ ସାର୍ଟିଫିକେଟ୍‌ ପାଇବେ। ସାର୍ଟିଫିକେଟ୍‌ରେ ଓଡ଼ିଆ ସହିତ ପୂର୍ବଭଳି ଇଂରାଜୀରେ ମଧ୍ୟ ଛାତ୍ରଛାତ୍ରୀଙ୍କ ବାବଦରେ ଉଲ୍ଲେଖ ରହିବ।

ଏ୧ ଫଳାଫଳ

  1. ବାଲେଶ୍ବର-୩୦୫
  2. ଗଞ୍ଜାମ- ୩୦୪
  3.  କଟକ- ୨୮୫

ଏ୧ରେ ଦୁଇ ଅଙ୍କ ଛୁଇଁଲେନି ୫ ଜିଲ୍ଲା 

  1. ଦେବଗଡ଼- ୬
  2. ଗଜପତି-୬
  3. କନ୍ଧମାଳ-୬
  4. ରାୟଗଡ଼ା-୬
  5. ନବରଙ୍ଗପୁର-୯

ଅନୁପସ୍ଥିତ ସଂଖ୍ୟା

  1. କେନ୍ଦୁଝର- ୭୫୨
  2. ମୟୁରଭଞ୍ଜ- ୭୫୦
  3. ବଲାଙ୍ଗୀର- ୬୪୦
  4. ସବୁଠୁ କମ୍‌ ଅନୁପସ୍ଥିତ – ବୌଦ୍ଧ (୬୬)

ଫେଲ୍‌ ସଂଖ୍ୟା

  1. କେନ୍ଦୁଝର- ୧୩୭୯
  2. ଯାଜପୁର- ୧୩୭୫
  3. ଢେଙ୍କାନାଳ- ୮୯୨
  4. ସବୁଠୁ କମ୍‌ – ଗଜପତି (୫୫)

ଶତ ପ୍ରତିଶତ ସ୍କୁଲ୍‌ 

  1. ଗଞ୍ଜାମ – ୨୯୫
  2. ମୟୁରଭଞ୍ଜ – ୨୮୪
  3. ବାଲେଶ୍ବର – ୨୩୦

ମାଟ୍ରିକ ପରୀକ୍ଷାର୍ଥୀ ଓ ଅଭିଭାବକ ରେଜଲ୍ଟ ଜାଣିବା ପାଇଁ ନିଜ ଅଂଚଳରେ ଇଣ୍ଟରନେଟ ସୁବିଧା ନଥିଲେ ମଧ୍ୟ କୌଣସି ଅସୁବିଧାର ସାମ୍ନା କରିବେ ନାହିଁ। ପାଖରେ ଫୋନ ଥିଲେ କେବଳ ଗୋଟିଏ ଫୋନ କଲ ଓ ମେସେଜରେ ଆପଣ ଫଳାଫଳ ଜାଣିପାରିବେ। ଛାତ୍ରଛାତ୍ରୀମାନେ www.bseodisha.ac.inରେ ନିଜର ନାମ, ପରୀକ୍ଷା ରୋଲ୍‌ନମ୍ବର ଆଦି ଦାଖଲ କରି ପରୀକ୍ଷା ଫଳ ଦେଖିପାରିବେ। ନଚେତ୍‌ ଅନ୍ୟ ବିକଳ୍ପ ସ୍ପରୂପ, ମୋବାଇଲ୍‌ରେ ଏସ୍‌ଏମ୍‌ଏସ୍‌ ଜରିଆରେ ମଧ୍ୟ ନିଜର ପରୀକ୍ଷା ଫଳ ତଥ୍ୟ ସଂଗ୍ରହ କରିପାରିବେ। ଏଥିପାଇଁ Type OR10<RollNo> ଲେଖି 5676750କୁ ପଠାଇବେ। ସନ୍ଧ୍ୟା ୭ଟା ପରେ ଶିକ୍ଷାନୁଷ୍ଠାନର ମୁଖ୍ୟ ଟେବୁଲେସନ୍‌ ରେଜିଷ୍ଟାର୍‌ (ଟିଆର୍‌)କୁ ବିଏସ୍‌ଇ ୱେବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ।

 

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରି ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହୋଇଥିଲା। ଚଳିତ ବର୍ଷ ୫ଲକ୍ଷ ୬୧ହଜାର ୯୭୯ଜଣ ଛାତ୍ରଛାତ୍ରୀ ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ଖାତାକୁ ୫୧ଟି କେନ୍ଦ୍ରରେ ୧୫ହଜାର ଶିକ୍ଷକ ମୂଲ୍ୟାଙ୍କନ କରିଥିଲେ।

 

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!