କୋଟିପତି କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ବାନ୍ଧିଲା ପୋଲିସ

କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବନ୍ଦୀ ଭଗୀରଥ ସାଇକୁ ତେଲେଙ୍ଗାନା ପୋଲିସ ଗିରଫ କରିଛି। ତେବେ କେନ୍ଦ୍ରମନ୍ତ୍ରୀ ପୁଅକୁ ସରେଣ୍ଡର କରାଇଥିବାର ଦାବି କରୁଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ପୁଅ ବିରୋଧରେ ନାବାଳିକା ପ୍ରତି ଦୁଷ୍କର୍ମ ଅଭିଯୋଗ ରହିଛି। ମାମଲାରେ ବନ୍ଦୀ ଭଗୀରଥ ସାଇର ଗିରଫ ପାଇଁ ପୋଲିସ ‘ଲୁକ୍ ଆଉଟ୍ ସର୍କୁଲାର’ ଜାରି କରିଥିଲା। ଦୁଷ୍କର୍ମ ଅଭିଯୋଗ ପରେ ବି.ଭଗୀରଥ ସାଇର ଗିରଫ ପାଇଁ ସାଇବରାବାଦ ପୋଲିସ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା।

ପୋଲିସ କଲ୍ ଡିଟେଲସ୍ ରେକର୍ଡ (ସିଡିଆର) ଓ ଇଣ୍ଟରନେଟ୍ ପ୍ରୋଟକଲ (ଆଇପି) ଟ୍ରେସ୍ କରି ଲଗାତାର ବି.ଭଗୀରଥ ସାଇକୁ ପିଛା କରୁଥିଲା।

ଯେତେବେଳେ ପୋଲିସ ଚାରିଆଡୁ ଘେରି ଯାଇଥିଲା ସେତେବେଳେ ମୁକୁଳିବାର ବାଟ ନ ପାଇ ବି.ଭଗୀରଥ ଆତ୍ମ ସମର୍ପଣ ପାଇଁ ଓକିଲ ଟିମ୍ ସହିତ ପହଞ୍ଚିବାକୁ ନିଷ୍ପତ୍ତି ନେଇଥିଲା। ତେବେ ତା ପୂର୍ବରୁ ପୋଲିସ୍ ତାକୁ ଗିରଫ କରିଥିବାର ଦାବି କରୁଛି। ତେବେ ତାଙ୍କ ପିତା ଏକ ସୋସିଆଲ ମିଡିଆ ପୋଷ୍ଟ କରି ପୁଅକୁ ଆତ୍ମସମର୍ପଣ କରାଇଥିବା ଦାବି କରୁଛନ୍ତି।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!