ବଡ଼ ଘୋଷଣା:ଛୁଆ ଜନ୍ମ କଲେ ମିଳିବ ଟଙ୍କା

ଆଗାମୀ ଦିନରେ ଜନସଂଖ୍ୟା ହ୍ରାସ ହେବାର ଆଶଙ୍କା ରହିଛି । ତେଣୁ ଜନ୍ମହାର ବୃଦ୍ଧି କରିବାକୁ ସରକାର ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଛନ୍ତି । ଏଭଳି ସ୍ଥିତି ଭାରତର ଏକ ରାଜ୍ୟରେ ଦେଖା ଦେଇଛି ଏବଂ ରାଜ୍ୟ ସରକାର ଏଥିପାଇଁ ଆର୍ଥିକ ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି ।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟରେ ହ୍ରାସ ପାଉଥିବା ଜନ୍ମହାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଜନସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂତନ ଯୋଜନା ବିଷୟରେ ଘୋଷଣା କରିଛନ୍ତି ।

ନରସନ୍ନାପେଟାରେ ଆୟୋଜିତ ‘ସ୍ୱର୍ଣ୍ଣ ଆନ୍ଧ୍ର–ସ୍ୱଚ୍ଛ ଆନ୍ଧ୍ର’ କାର୍ଯ୍ୟକ୍ରମ ସମୟରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର କମୁଥିବା ଜନସଂଖ୍ୟାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ପିଲାମାନଙ୍କୁ ପରିବାର ଉପରେ ଏକ ବୋଝ ଭାବେ ନଦେଖି, ସେମାନଙ୍କୁ ଦେଶର ସମ୍ପତ୍ତି ବୋଲି ଭାବିବା ଉଚିତ।

ଆର୍ଥିକ ସହାୟତା ଘୋଷଣା

ତୃତୀୟ ସନ୍ତାନ: ପରିବାରରେ ତୃତୀୟ ସନ୍ତାନ ଜନ୍ମ ହେଲେ ସରକାରଙ୍କ ତରଫରୁ ୩୦,୦୦୦ ଟଙ୍କାର ଆର୍ଥିକ ସହାୟତା ମିଳିବ।

ଚତୁର୍ଥ ସନ୍ତାନ: ଚତୁର୍ଥ ସନ୍ତାନ ଜନ୍ମ ହେଲେ ପରିବାରକୁ ୪୦,୦୦୦ ଟଙ୍କା ପ୍ରଦାନ କରାଯିବ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!