ମୟୂରଭଞ୍ଜରେ ୪୩୦ କୋଟିର ପ୍ରକଳ୍ପ ଓ ୬୫୦ ଶଯ୍ୟାର ନୂଆ ଟିଚିଙ୍ଗ୍ ହସ୍ପିଟାଲ ଲୋକାର୍ପିତ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି (‌ସୋମବାର) ମୟୂରଭଞ୍ଜର ବାରିପଦା ଗସ୍ତରେ ଯାଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ ଉଦ୍‍ଘାଟନ କରିଛନ୍ତି। ଏହାସହ ୪୩୦.୨୬ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିଛନ୍ତି ।

ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ, ଗମନାଗମନ, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ କ୍ଷେତ୍ର ସହିତ ଜଡ଼ିତ ୩୯ଟି ପ୍ରମୁଖ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ୨୮୨ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୨୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ୧୪୯ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୧୮ଟି ପ୍ରକଳ୍ପର ଶୁଭ ଉଦ୍‍ଘାଟନ କରାଯାଇଛି। ବିଶେଷ ଭାବେ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୮୩ଟି ପାନୀୟ ଜଳ ପ୍ରକଳ୍ପ ଆଜି ଉଦ୍‌ଘାଟିତ ହୋଇଛି, ଯାହା ଦ୍ୱାରା ଏହି ସବୁ ଅଞ୍ଚଳରେ ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ଦୂର ହେବ ଏବଂ ଜନସାଧାରଣଙ୍କ ଦୈନନ୍ଦିନ ଜୀବନରେ ବ୍ୟାପକ ସୁଧାର ଆସିବ।

ପ୍ରାୟ ୨୫୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆଧୁନିକ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ ଉତ୍ତର ଓଡ଼ିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପମାନଙ୍କ ମଧ୍ୟରୁ ଅନ୍ୟତମ। ଆଧୁନିକ ସୁବିଧା, ଉନ୍ନ‌ତ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନ‌ତ ଶିକ୍ଷାଦାନ ଭିତ୍ତିଭୂମି ସହିତ ଏହି ହସ୍ପିଟାଲ ଅଞ୍ଚଳର ସ୍ବାସ୍ଥ୍ୟସେବାକୁ ଅନେକ ଗୁଣରେ ଶକ୍ତିଶାଳୀ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୟୂରଭଞ୍ଜଜିଲ୍ଲା ଓ ଆଖପାଖ ଅଞ୍ଚଳରେ ବହୁ ସଂଖ୍ୟାରେ ଜନଜାତି ଭାଇ ଭଉଣୀ ବାସ କରୁଥିବାରୁ କମ୍ୟୁନିଟି ହେଲ୍‍ଥ, ମାତୃ ଓ ଶିଶୁ ସ୍ବାସ୍ଥ୍ୟସେବା, ଜନସ୍ବାସ୍ଥ୍ୟ ଗବେଷଣା ଏବଂ ଜନଜାତି ବର୍ଗଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଏହି ମେଡିକାଲ କଲେଜ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଦୃଢ ଆଶା ବ୍ୟକ୍ତ କରିଛନ୍ତି।
ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆୟୁଷ୍ମାନ ଭାରତ- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର ୧.୩୦ କୋଟି ପରିବାରର ୩.୪୬ କୋଟି ବ୍ୟକ୍ତିଙ୍କୁ ଦେଶର ବିଭିନ୍ନ ନାମିଦାମୀ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ବର୍ତ୍ତମାନର ସରକାର ଆସିବାର ମାତ୍ର ୨୦ ମାସ ମଧ୍ୟରେ ଯାଜପୁର, କନ୍ଧମାଳ ଓ ତାଳଚେରରେ ୩ଟି ନୂଆ ମେଡିକାଲ କଲେଜ କାର୍ଯ୍ୟକ୍ଷମ କରାଯାଇଛି।

Post Views22 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!