ଫ୍ୟାଶନ୍‌ ଶୋ’ରେ ଝଲସିଲା ଓଡ଼ିଶାର ହସ୍ତତନ୍ତ

ଭୁବନେଶ୍ୱର ଇଡ୍‌କୋ  ପ୍ରଦର୍ଶନୀ ପଡ଼ିଆରେ ପାଳିତ ହେଲା ଦ୍ୱାଦଶ ରାଜ୍ୟସ୍ତରୀୟ ଜାତୀୟ  ହସ୍ତତନ୍ତ ଦିବସ । ଏହି ସମାରୋହରେ ହସ୍ତତନ୍ତ, ବୟନ ଓ  ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆକର୍ଷଣୀୟ ଫ୍ୟାଶନ୍‌ ଶୋ’  ଆୟୋଜିତ ହୋଇଥିଲା । ଯେଉଁଥିରେ ଝଲସିଥିଲା ଓଡ଼ିଶାର ହସ୍ତତନ୍ତ । ଏହି ର‌୍ୟାମ୍ପ୍‌ ଶୋ’ରେ ନ୍ୟାସନାଲ୍‌  ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାଶନ୍‌ ଟେକ୍ନୋଲୋଜି’ (ନିଫ୍ଟ),  ଭୁବନେଶ୍ୱର ଏବଂ ଆଦିତ୍ୟ ବିର୍ଲା ଗ୍ରୁପ୍‌ ଲିଭା  ଦ୍ୱାରା  ମୋଟ ୪ଟି ପର୍ଯ୍ୟାୟ ପ୍ରଦର୍ଶିତ ହୋଇଥିଲା । ନିଫ୍ଟ ଦ୍ୱାରା  ପ୍ରଥମ ୨ଟି ପର୍ଯ୍ୟାୟରେ ଜିଆଇ ଟ୍ୟାଗ୍‌ ପ୍ରାପ୍ତ ହସ୍ତତନ୍ତ  ବସ୍ତ୍ରକୁ ନେଇ ପ୍ରସ୍ତୁତ ପୋଷାକ ପ୍ରଦର୍ଶିତ ହୋଇଥିଲା ।  ଏଥିସହିତ ଐତିହାସିକ ଧଳାପଥର ପରଦା ଓ  ଫ୍ୟାବ୍ରିକ୍‌ରୁ ପ୍ରସ୍ତୁତ ୧୦ଟି ଆଧୁନିକ ପୋଷାକ ଏବଂ ଟସର ଫ୍ୟାବ୍ରିକ୍‌ରୁ ୧୦ଟି ଆକର୍ଷଣୀୟ ପୋଷାକ ସ୍ଥାନ  ପାଇଥିଲା ।  

ଆଦିତ୍ୟ ବିର୍ଲା ଗ୍ରୁପ୍‌ ଲିଭା ଦ୍ୱାରା ଦୁଇଟି  ପର୍ଯ୍ୟାୟରେ ପାରମ୍ପରିକ ଶିଳ୍ପକଳା ଓ ସମସାମୟିକ  ଫ୍ୟାଶନ୍‌ର ଅପୂର୍ବ ମିଶ୍ରଣ ଦେଖିବାକୁ ମିଳିଥିଲା ।ତୃତୀୟ ପର୍ଯ୍ୟାୟରେ ପ୍ରସିଦ୍ଧ ନୂଆପାଟଣା ହସ୍ତତନ୍ତ  କ୍ଲଷ୍ଟରର ୧୨ଟି ସୁନ୍ଦର ଶାଢ଼ି ଏବଂ ଚତୁର୍ଥ ପର୍ଯ୍ୟାୟରେ  ବରଗଡ଼ ଡବଲ୍‌ ଇକତ୍‌ର କଳାତ୍ମକତାକୁ ନେଇ ୧୨ଟି  ଆଧୁନିକ ପୋଷାକ (୬ଟି ପୁରୁଷ ଓ ୬ଟି ମହିଳା  ପୋଷାକ) ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମରେ  ବିଭାଗୀୟ ଅଧିକାରୀ ଓ ଅଂଶଗ୍ରହଣକାରୀ  ସଂସ୍ଥାର ଅଧିକାରୀ ଯୋଗ ଦେଇଥିଲେ ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!