ରାକ୍ଷୀ ପୂର୍ଣ୍ଣମୀରେ ମିଳିବ ସୁଭଦ୍ରାର ୫ମ କିସ୍ତି

ସୁଭଦ୍ରା ହିତାଧିକାରୀଙ୍କ ପାଇ ଖୁସି ଖବର। ଆସନ୍ତା ୨୮ ତାରିଖ ରାକ୍ଷୀ ପୂର୍ଣ୍ଣମୀରେ ମିଳିବ ସୁଭଦ୍ରାର ୫ମ କିସ୍ତି। ନୟାଗଡ଼ରେ ରାଜ୍ୟସ୍ତରୀୟ ସମାବେଶରେ ଏହି ଟଙ୍କା ପ୍ରଦାନ କରାଯିବ। ଏ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 

ଓଡ଼ିଶା ସରକାରଙ୍କ ମହିଳା କଲ୍ୟାଣ ଯୋଜନା ‘ସୁଭଦ୍ରା ଯୋଜନା’ର ଯୋଗ୍ୟ ହିତାଧିକାରୀମାନେ ଆସନ୍ତା ଅଗଷ୍ଟ ୨୮ ତାରିଖ, ରକ୍ଷାବନ୍ଧନ ଅବସରରେ ପଞ୍ଚମ କିସ୍ତିର ଆର୍ଥିକ ସହାୟତା ପାଇବେ। ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଏକ କୋଟିରୁ ଉର୍ଦ୍ଧ୍ଵ ମହିଳାଙ୍କୁ ଦିଆଯିବ ସୁଭଦ୍ରା ଟଙ୍କା। ଅଗଷ୍ଟ ୨୮ ତାରିଖ ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ ସେମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା। ସେ କହିଛନ୍ତି, ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ ହୋଇ ସୁପାରିସ କରାଯାଇଥିବା ଆବେଦନଗୁଡ଼ିକ ମଧ୍ୟ ପଞ୍ଚମ କିସ୍ତିରେ ସାମିଲ ହେବ। ବାଦ ପଡିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକା ସଙ୍ଗେ ୫ ଟି କିସ୍ତି ମିଳିବ ବୋଲି ଶ୍ରୀମତୀ ପରିଡ଼ା ସ୍ପଷ୍ଟ କରିଛନ୍ତି।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!