ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ଏଥର ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ହେବାକୁ ପ୍ରସ୍ତାବ ରହିଛି । ଏ ନେଇ ଚୂଡାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଡିସେମ୍ବର ୧ ତାରିଖ ଯାଏଁ ବାଲିଯାତ୍ରା ଆୟୋଜନ କରାଇବାକୁ ମଧ୍ୟ ପ୍ରସ୍ତାବ ରହିଛି। ଯଦି ରାଜ୍ୟ ସରକାର ଚାହିଁବେ ତେବେ ଯାତ୍ରାର ଅବଧି ବୃଦ୍ଧି କରାଯିବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ତେବେ ଏଥର ବାଲିଯାତ୍ରାରେ ପୁରୁଣା ଦୋଳିକୁ ବ୍ୟାନ କରାଯିବ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ଚହଟା ରୋଡର ଗୋଟିଏ ପାର୍ଶ୍ୱକୁ ସମ୍ପୂର୍ଣ୍ଣ ପାର୍କିଂ ଭାବେ ବ୍ୟବହାର କରିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି । ପ୍ରତିଦିନ ମହାନଦୀରେ ୱାଟର ସ୍ପୋର୍ଟସ୍, ବୋଟ୍ ରେସ୍ ଓ ଅତିରିକ୍ତ ୱାଟର ଆକ୍ଟିଭିଟି କରାଯିବ। ଦିନରେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଦିନ ସ୍ୟାଣ୍ଡ ଆର୍ଟ କରାଯିବ । ମହାନଦୀ ପେଣ୍ଟିଂ ଓ ଫ୍ଲାୱାର ଶୋ ଆଦିର ମଧ୍ୟ ଆୟୋଜନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଦର୍ଶକଙ୍କ ସୁରକ୍ଷା ପାଇଁ ଗ୍ରୀନ କରିଡର ହେବ । ଅତିକମରେ ୧୫ ରାଜ୍ୟରୁ ଆସିବେ କଳାକାର ।

