ଭୁବନେଶ୍ଵର DCP ଭାବେ ଦାୟିତ୍ୱ ଗ୍ରହଣ କଲେ ଶର୍ବଣା ବିବେକ ଏମ୍ । ନବ ନିଯୁକ୍ତ ଡିସିପି ଶ୍ରର୍ବଣା ବିବେକ୍ ଏମ୍ ଭୁବନେଶ୍ବରରେ ପହଞ୍ଚିବା ପରେ ପ୍ରଥମେ ପୋଲିସ କମିଶନର ଏବଂ ଅତିରିକ୍ତ କମିଶନରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହାପରେ ଡିସିପି କାର୍ଯ୍ୟାଳୟକୁ ଯାଇ ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ପୋଲିସ ସେବା ଭବନରେ ପହଞ୍ଚିଥିଲେ ।
ବ୍ରହ୍ମପୁରରୁ ବଦଳି ହୋଇ ୨୦୧୫ ବ୍ୟାଚ୍ ଆଇପିଏସ ଶର୍ବଣା ବିବେକ ଭୁବନେଶ୍ୱର ଡିସିପି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୧୩ ବ୍ଯାଚ ଆଇପିଏସ ଜଗମୋହନ ମୀନା ଅବସର ନେବା ପରେ ଖାଲି ପଡ଼ିଥିଲା ଭୁବନେଶ୍ୱର ଡିସିପି ପଦ ।

