୪୪ ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତୀୟ ମହିଳା ହକି ଦଳ

ମ୍ୟାଚରେ ଚୀନକୁ ୧-୦ ଗୋଲରେ ହରାଇଲା ଭାରତୀୟ ମହିଳା ହକି ଟିମ୍ । ୪୪ ବର୍ଷ ପରେ ସ୍ୱର୍ଣ୍ଣ ପଦକ ନିଜ ନାମରେ କଲା । ପ୍ରଥମ କ୍ୱାର୍ଟରରେ ଲାଲରେମସିଆମିଙ୍କ ଦମଦାର୍ ଗୋଲ୍ ଏବଂ ଦ୍ୱିତୀୟ କ୍ୱାର୍ଟରରେ ଅଭିଜ୍ଞ ଗୋଲକିପର୍ ସବିତା ପୁନିଆଙ୍କ ଚମତ୍କାର ପେନାଲ୍ଟି ଷ୍ଟ୍ରୋକ୍ ସେଭ୍ ଯୋଗୁଁ ଏହି ସଫଳତା ସମ୍ଭବ ହୋଇ ପାରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଚୀନ୍ ଭାରତୀୟ ରକ୍ଷଣପନ୍ଥୀଙ୍କୁ ଭେଦ କରିବାରେ ଆଦୌ ସଫଳ ହୋଇ ନଥିଲା । ଏହିପରି ଭାରତ ଏବେ ମେଡାଲ ଟାଲିରେ ୧୬ଟି ସ୍ୱର୍ଣ୍ଣ , ୨୫ଟି ରୌପ୍ୟ ଓ ୩୫ଟି ବ୍ରୋଞ୍ଜ ସହ ମୋଟ ୭୬ଟି ପଦକ ନେଇ ପଞ୍ଚମ ନମ୍ୱରରେ ପହଞ୍ଚି ସାରିଛି ।

ଭାରତୀୟ ମହିଳା ହକି ଟିମ୍ ଏସିଆନ୍ ଗେମ୍ସରେ ଶେଷ ଥର ପାଇଁ ୧୯୮୨ ଦିଲ୍ଲୀ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଥିଲା । ଅଧିନାୟିକା ସଲିମା ଟେଟେଙ୍କ ନେତୃତ୍ୱ ଏବଂ କୋଚ୍ ମାରିନଙ୍କ ମାର୍ଗଦର୍ଶନରେ ଦେଶର ଏହି ବାହାଦୂର ଝିଅମାନେ ବୀରତ୍ୱର ଏକ ନୂଆ ଇତିହାସ ଲେଖିଛନ୍ତି ।
ଉଲ୍ଲେଖନୀୟ ଯେ, ଭାରତ-ଚୀନ୍ ଫାଇନାଲ୍ ମ୍ୟାଚ୍ ଭାରତୀୟ ସମୟାନୁସାରେ ଅପରାହ୍ନ ୩ଟା ୩୦ରେ ଆରମ୍ଭ ହେବାର ଥିଲା, କିନ୍ତୁ ୪ଟା ୧୫ ପର୍ଯ୍ୟନ୍ତ ମ୍ୟାଚ୍ ଆରମ୍ଭ ହୋଇ ପାରି ନଥିଲା , କାରଣ ଖେଳାଳିମାନଙ୍କୁ ନେଉଥିବା ବସ୍ ରାସ୍ତାରେ ଟ୍ରାଫିକ୍ ଜାମରେ ଫସି ଯାଇ ଥିଲା । ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାସ୍ତାରେ ଏକ ଦୁର୍ଘଟଣା ଯୋଗୁଁ ଏହି ଜାମ୍ ସୃଷ୍ଟି ହୋଇ ଥିଲା । ଏହି ଜାମ୍ କାରଣରୁ ଖେଳାଳି ମାନେ ଷ୍ଟାଡିୟମରେ ବିଳମ୍ବରେ ପହଞ୍ଚି ଥିଲେ।

Post Views67 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!