ଦୁଇଟି ହେଲିକପ୍ଟର ଧକ୍କା ହେବା ଫଳରେ ଏକ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁସାରେ, ଅବତରଣ ସମୟରେ ଦୁଇଟି ହେଲିକପ୍ଟର ଧକ୍କା ହୋଇଥିଲା।
କୁହାଯାଉଛି, ନେପାଳର ସୋଲୁଖୁମ୍ବୁରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିବା ଦେଖାଯାଉଛି। ଭିଡିଓରେ ଘଟଣାସ୍ଥଳ ନିକଟରେ ଅନେକ ଲୋକଙ୍କୁ ଠିଆ ହୋଇଥିବାର ଦେଖାଯାଉଛି।
ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣାରେ ଜଣେ ବିଦେଶୀ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଛି। ଏହା ଜଣେ ପାଇଲଟ୍ ଆହତ ହୋଇଛନ୍ତି। ନେପାଳ ପୁଲିସର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ୮:୧୧ ସମୟରେ ମାଉଣ୍ଟ ଏଭରେଷ୍ଟ ଅଞ୍ଚଳର ଫେରିଚେରେ‘ଫିସଟେଲ୍ ଏୟାର’ ଏବଂ ‘ଡାଇନେଷ୍ଟି ଏୟାର’ର ହେଲିକପ୍ଟର ଅବତରଣ କରିବା ସମୟରେ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା।
ପୁଲିସର ସୂଚନା ଅନୁଯାୟୀ, ଆହତ ପାଇଲଟ୍ଙ୍କୁ ‘ପ୍ରଭୁ ହେଲିକପ୍ଟର’ ଯୋଗେ ଚିକିତ୍ସା ପାଇଁ ଲୁକଲା ନିଆଯାଇଥିଲା।ଅଧିକାରୀମାନେ କହିଛନ୍ତି ଯେ ଫେରିଚେ ହେଲିପ୍ୟାଡରେ ଅବତରଣ କରିବା ସମୟରେ ଫିସଟେଲ୍ ଏୟାର ଏବଂ ଏୟାର ଡାଇନେଷ୍ଟିର ହେଲିକପ୍ଟରଗୁଡ଼ିକ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲେ। ଫିସଟେଲ୍ ଏୟାର ବିମାନରେଥିବା ଜଣେ ବିଦେଶୀ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ପାଇଲଟ୍ ଆହତ ହୋଇଥିଲେ।

