ନାଲ୍‌କୋରେ ଯୋଗଦେଲେ ପଙ୍କଜ କୁମାର

ପଙ୍କଜ କୁମାର ଶର୍ମା ନବରତ୍ନ ଉଦ୍ୟୋଗ ନାଲ୍‌କୋର ନୂତନ ନିର୍ଦ୍ଦେଶକ (ଉତ୍ପାଦନ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ ସିପିଏସ୍‌ଇ,ଏନ୍‌ଏମ୍‌ଡିସିରେ ଶର୍ମା ଦୀର୍ଘ ୩ଦଶନ୍ଧିରୁ ଅଧିକ ସମୟ କାର୍ଯ୍ୟ କରିବା ସହ ବିଭିନ୍ନ ପଦପଦବୀରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଶର୍ମାଙ୍କୁ ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ଅଭିନନ୍ଦନ ଜଣାଇବା ସହ ତାଙ୍କ ଯୋଗଦାନ ଦ୍ୱାରା ନାଲ୍‌କୋ ବୋର୍ଡ ଆହୁରି ମଜଭୁତ ହେବ ବୋଲି ଆଶା ପ୍ରକଟ କରିଛନ୍ତି ।

ଏହା ପୂର୍ବରୁ ଶର୍ମା ଏନ୍‌ଏମ୍‌ଡିସିର ରାୟପୁରସ୍ଥିତ ବିଶ୍ୱ ଅନ୍ବେଷଣ କେନ୍ଦ୍ରଠାରେ ମୁଖ୍ୟ ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ। ଏପରିକି ସେ ଏନ୍‌ଏମ୍‌ଡିସି ଓ ସିଏମ୍‌ଡିସିର ମିଳିତ ଉଦ୍ୟୋଗ ତଥା ବସ୍ତର ରେଲୱେ ପ୍ରାଇଭେଟ ଲିମିଟେଡ୍‌ର ସିଇଓ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।

ସେହିଭଳି ଶର୍ମା ବିଏଚ୍‌ୟୁ-ଆଇଆଇଟିରୁ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ ସହ ୧୯୯୨ରେ ସେ ଏନ୍‌ଏମ୍‌ଡିସିଠାରେ କାର୍ଯ୍ୟନିର୍ବାହୀ ପ୍ରଶିକ୍ଷାର୍ଥୀ ଭାବେ ଯୋଗ ଦେଇଥିଲେ। ଓପନ କାଷ୍ଟ ମାଇନିଂ ଇଣ୍ଡଷ୍ଟ୍ରିର ବିଭିନ୍ନ ଦିଗରେ କାର୍ଯ୍ୟ କରିବାରେ ତାଙ୍କର ଦକ୍ଷତା ଓ ଅଭିଜ୍ଞତା ରହିଛି। ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!