ଟାଟା ଷ୍ଟିଲ୍କୁ ୱାର୍ଲଡ୍ ୱାଟର ଆୱାର୍ଡ

ଜଳ ପରିଚାଳନା ପ୍ରକ୍ରିୟାରେ ଉନ୍ନତି ଆଣିବା ଏବଂ ତା’ର ପରିଚାଳନାରେ ଦୀର୍ଘ ସ୍ଥାୟିତ୍ୱକୁ ତ୍ୱରାନ୍ବିତ କରିବା ପାଇଁ ଟାଟା ଷ୍ଟିଲ୍ ଏଫ୍ଏଏମ୍ଡିର ଅତ୍ୟାଧୁନିକ ଡିଜିଟାଲ ଜ୍ଞାନକୌଶଳକୁ ଭାରତର ପ୍ରମୁଖ ଜଳ ପତ୍ରିକା ୱାଟର ଡାଇଜେଷ୍ଟ ମାନ୍ୟତା ପ୍ରଦାନ କରିଛି। ଏପରିକି ଜଳ ଯୋଦ୍ଧାମାନଙ୍କ ଅବଦାନକୁ ସ୍ବୀକୃତି ପ୍ରଦାନ ପାଇଁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ଏଫ୍ଏଏମ୍ଡିକୁ ଉକ୍ତ ସମ୍ମାନଜନକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀଠାରେ ୱାଟର ଡାଇଜେଷ୍ଟ ପକ୍ଷରୁ ଆୟୋଜିତ ‘ୱାଟର ଡାଇଜେଷ୍ଟ ୱାର୍ଲଡ୍ ୱାଟର ଆୱାର୍ଡ ୨୦୨୩-୨୪ ରେ ଟାଟା ଷ୍ଟିଲ୍ର ଏଫ୍ଏଏମ୍ଡିକୁ ଏକ୍ସଲେନ୍ସ ଇନ୍ ଡିଜିଟାଲାଇଜେଶନ୍ ବର୍ଗରେ ପୁରସ୍କୃତ (ବିଜୟୀ) କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟାଟା ଷ୍ଟିଲ୍ ଏଫ୍ଏଏମ୍ଡିକୁ ଉକ୍ତ ପୁରସ୍କାର ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଟାଟା ଷ୍ଟିଲ୍ର ରେସିଡେଣ୍ଟ ଏକ୍ଜିକ୍ୟୁଟିଭ୍ (ଦିଲ୍ଲୀ) ସୁଗନ୍ଧା ଜୟସ୍ବାଲ ମନ୍ତ୍ରୀ ଶେଖାଓ୍ବତଙ୍କଠାରୁ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ।

ଏ ସମ୍ପର୍କରେ ଟାଟା ଷ୍ଟିଲ୍ର କାର୍ଯ୍ୟନିର୍ବାହୀ ଭାରପ୍ରାପ୍ତ ଅଧିକାରୀ (ଏଫ୍ଏଏମ୍ଡି) ପଙ୍କଜ ସତିଜା କହିଛନ୍ତି, ଏହି ପୁରସ୍କାର ପାଇ ଆମେ ଗର୍ବ ଅନୁଭବ କରୁଛୁ, ଯାହା ଆମକୁ ଜଳ ପରିଚାଳନା ଦିଗରେ ଆମର ଯାତ୍ରା ଜାରି ରଖିବାକୁ ପ୍ରେରଣା ଦେବ। ଏହି ପୁରସ୍କାର ଅଭିନବ ଡିଜିଟାଲ ସମାଧାନ ଗ୍ରହଣ ଦିଗରେ ଆମର ପ୍ରତିବଦ୍ଧତା ଦର୍ଶାଇବା ସହ ଆମ ଦୀର୍ଘସ୍ଥାୟିତ୍ୱ ରଣନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!