ନୂଆମୁଣ୍ଡି ଖଣିକୁ ୫-ଷ୍ଟାର ରେଟିଂ

ଟାଟା ଷ୍ଟିଲର ନୂଆ ମୁଣ୍ଡି ଖଣିକୁ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ୍) ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ୫-ଷ୍ଟାର (ପଞ୍ଚ ତାରକା) ରେଟିଂ ପ୍ରଦାନ କରାଯାଇଛି।

ଅପରପକ୍ଷରେ ନାଗପୁରଠାରେ ଅନୁଷ୍ଠିତ ଆଇବିଏମ୍ର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଟାଟା ଷ୍ଟିଲ୍କୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଥିଲା।
ଟାଟା ଷ୍ଟିଲ୍ କଞ୍ଚାମାଲର ଉପସଭାପତି ଡି. ବି. ସୁନ୍ଦରମମ୍ କହିଛନ୍ତି, ଏକ ଦାୟିତ୍ୱବାନ ଖଣି କମ୍ପାନୀ ଭାବେ ପ୍ରଯୁକ୍ତି ଓ ମାନଦଣ୍ଡ ବ୍ୟବସ୍ଥାକୁ ବ୍ୟବହାର କରି ଆମେ ବିଜ୍ଞାନଭିତ୍ତିକ ଖଣି କାର୍ଯ୍ୟକୁ ଆଗକୁ ବଢ଼ାଇବା ଜାରି ରଖିଛୁ।

କେନ୍ଦ୍ର ସଂସଦୀୟ ବ୍ୟାପାର ତଥା କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କଠାରୁ ଟାଟା ଷ୍ଟିଲ୍ ପକ୍ଷରୁ ଟାଟା ଷ୍ଟିଲ୍ କଞ୍ଚାମାଲ ବିଭାଗର ଉପସଭାପତି ଡି.ବି.ସୁନ୍ଦରମମଙ୍କ ସମେତ ନୂଆମୁଣ୍ଡି ଆଇରନ୍ ମାଇନ୍ର ମୁଖ୍ୟ ଶିରିଶ ଶେଖର ଓ ଯୋଡ଼ା ଇଷ୍ଟ ଆଇରନ୍ ମାଇନ୍ର ମୁଖ୍ୟ ସରୋଜ କୁମାର ବାନାର୍ଜୀ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!