ଡିଭୋର୍ସରେ ସେଲିବ୍ରେସନ..

ଓ୍ବେଡିଂ, ପୋଷ୍ଟ ଓ୍ବେଡିଂ ଆଉ ଏବେ ଡିଭୋର୍ସ ଫଟୋ ସୁଟ । ବାହାଘର ଖୁସିରେ ଫଟୋ ସୁଟ କରିବା ସାମାନ୍ୟ କଥା । ହେଲେ ଛାଡ଼ପତ୍ର ଖୁସିରେ ଜଣେ ମହିଳା ଫଟୋ ସୁଟ କରିବା ଭଳି ଘଟଣା ଏବେ ସୋସିଆଲ ମିଡିଆ ସେନସେସନ ପାଲଟିଛି । ରେଡ୍ ଗାଉନ ସହ ମଦବୋତଲ ଧରି ଫଟୋସୁଟ୍ କରିଛନ୍ତି ନ୍ୟୁୟର୍କରଫ୍ୟାଶନ୍ ଡିଜାଇନର୍ ଶାଲିନି । ଏବେ ଶାଲିନିଙ୍କ ଫଟୋ ସୁଟକୁ ନେଇ ସବୁଠି ଚର୍ଚ୍ଚା । ନିକଟରେ ସୋସିଆଲ ମିଡ଼ିଆରେ ସେ ଡିଭୋର୍ସ ଫଟୋ ସୁଟର କିଛି ଫଟୋ ସେୟାର କରିଥିଲେ । ଏହା ବ୍ୟତୀତ ସେ ତାଙ୍କ ସ୍ୱାମୀଙ୍କ ଫଟୋକୁ ତାଙ୍କ ଫଟୋରୁ ଅଲଗା କରୁଥିବା ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, ଯଦି କେହି ମହିଳା ନିଜ ବିବାହରେ ଖୁସି ନାହାନ୍ତି, ତାହାହେଲେ ସେଥିରୁ ବାହାରିବା ଦରକାର । ନୂଆ ଜୀବନ ଆରମ୍ଭ କରିବା ଦରକାର । ଛାଡପତ୍ର ହେବା ଏକ ପରାଜୟ ନୁହେଁ । ଶାଲିନିଙ୍କ ଏହି ଫଟୋ ସୁଟକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ଦୁଇ ଭାଇ ହୋଇଛନ୍ତି । କେତେଜଣ ଶାଲିନିଙ୍କୁ ସ୍ବାଧୀନତା ପାଇଁ ଶୁଭେଚ୍ଛା ଜଣାଉଥିବା ବେଳେ କେତେଜଣ ତାଙ୍କୁ ସମାଲୋଚନା କରୁଥିବା ଦେଖାଯାଇଛି ।

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!