IAS ଚାକିରି ଛାଡିଲେ, ୨୨୫୦ ଟଙ୍କାରେ କାମ କଲେ

ଆଇଏଏସ୍ ଚାକିରି ଛାଡିଦେଲେ ୟୁପିଏସସି ଟପ୍ପର। ୨୨୫୦ ଟଙ୍କାରେ ଚାକିରି କଲେ।୨.୬୦ ଲକ୍ଷ କୋଟି ମୂଲ୍ୟର କମ୍ପାନୀ ଗଢିଦେଲେ। ଆମେ କହୁଛୁ ମାରୁତି ସୁଜୁକି କମ୍ପାନୀର ଚେୟାରମ୍ୟାନ୍ ଆରସି ଭାର୍ଗଭଙ୍କ କଥା । ଦେଶର ସବୁଠୁ ବଡ କାର୍ ନିର୍ମାଣ କମ୍ପାନୀ ମାରୁତି ସୁଜୁକି ନିକଟରେ କିର୍ତ୍ତିମାନ ସ୍ଥାପନା କରିଛି । କାରଣ ଏହାର ରେଭେନ୍ୟୁ ୧ ଲକ୍ଷ କୋଟି ଟଙ୍କା ପାର କରିଛି । କମ୍ପାନୀର ସଫଳତା ପଛରେ ରହିଛି ଆର ସି ଭାର୍ଗଭଙ୍କ ଅଧ୍ୟବସାୟ ଓ ବୁଦ୍ଧିମତ୍ତା । ହେଲେ ଆପଣ ଜାଣନ୍ତି କି ମାରୁତି କମ୍ପାନୀ କରିବା ପୂର୍ବରୁ ଭାର୍ଗଭ ଜଣେ ଆଇ,ଏସ୍ ଅଧିକାରୀ ଥିଲେ । କଲେକ୍ଟର ଚାକିରି ଛାଡି ସେ କାର୍‌ ନିର୍ମାଣ କରୁଥିବା କମ୍ପାନୀରେ ଯୋଗଦେଲେ।
ଆର ସି ଭାର୍ଗଭ୍ ୧୯୫୬ ମସିହାରେ ୟୁପିଏସସିରେ ଟପ୍ପର ଥିଲେ । କିଛି ବର୍ଷ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିବା ପରେ ଏଥିରେ ତାଙ୍କର ମନ ଲାଗିଲାନି । ଆଇଏଏସ୍ ଚାକିରି ଛାଡି ମାରୁତି ସୁଜୁକିରେ ସାମିଲ ହୋଇ ନିଜ ଭାଗ୍ୟ ପରଖିଲେ । ସେତେବେଳେ ମାରୁତି କମ୍ପାନୀରେ ତାଙ୍କୁ ମାତ୍ର ୨୨୫୦ ଟଙ୍କା ଦରମା ମିଳୁଥିଲା । ହେଲେ ଭାର୍ଗଭଙ୍କ ଯୋଗଦାନ ମାରୁତି କମ୍ପାନୀକୁ ସଫଳତା ଆଡକୁ ନେଇଗଲା ।
ଭାର୍ଗଭ ୧୯୮୧ ମସିହାରେ ମାରୁତି କମ୍ପାନୀରେ ସାମିଲ ହେଲେ । ଜଣେ ପ୍ରଶାସନିକ ପରାମର୍ଶଦାତା ଭାବେ ସେ କମ୍ପାନୀରେ ଯୋଗ ଦେଇଥିଲେ ବି ବର୍ଷକ ପରେ ସରକାର ଏହି ପଦବୀକୁ ହଟାଇଦେଲେ । ହେଲେ ମାରୁତି କମ୍ପାନୀକୁ ଛାଡିନଥିଲେ ଆର ସି ଭାର୍ଗଭ । ତାଙ୍କର ଏଭଳି ନିଷ୍ପତ୍ତି କେବଳ ତାଙ୍କର ଭାଗ୍ୟ ନୁହେଁ ବରଂ ପୁରା କମ୍ପାନୀର ଭାଗ୍ୟ ବଦଳାଇଦେଲା । ଜଣେ ସାଧାରଣ କର୍ମଚାରୀ ଭାବେ ଯୋଗ ଦେଇଥିବା ଭାର୍ଗଭ ଚାହୁଁ ଚାହୁଁ କମ୍ପାନୀର ଜଏଣ୍ଟ ଭେଞ୍ଚରର ଫୁଲ ଟାଇମ୍ ଡାଇରେକ୍ଟର ବନିଯାଇଥିଲେ । ଏହାପରେ ୧୯୮୫ରେ ଏମଡି ହେଲେ । ଏବେ ମାରୁତି କମ୍ପାନୀର ମୂଲ୍ୟ ୨ କୋଟି ୬୦ ଲକ୍ଷ’ କୋଟିରେ ପହଞ୍ଚିଛି ।

Post Views66 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!