ଚେନାବ ବ୍ରିଜର ବିନ୍ଧାଣୀ ପ୍ରଫେସର ମାଧବୀ ଲତା

ଚେନାବ ବ୍ରିଜର ଅନ୍ୟତମ ବିନ୍ଧାଣୀ ହେଉଛନ୍ତି ପ୍ରଫେସର ଜି ମାଧବୀ ଲତା। ତାଙ୍କର ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠା ଯୋଗୁ ଆଜି ଚେନାବ ବ୍ରିଜ ପ୍ରକଳ୍ପ ସଫଳ ହୋଇପାରିଛି।କଶ୍ମୀରର ଚେନାବ ବ୍ରିଜ ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜର ମାନ୍ୟତା ପାଇଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉଦଘାଟନ କରିଥିଲେ। ୨୭୨ କିମି ଉଧମପୁର-ଶ୍ରୀନଗର-ବାରମୁଲ୍ଲା ରେଲବାଇ ଲିଙ୍କର ଅଂଶବିଶେଷ ହେଉଛି ଏହି ପ୍ରକଳ୍ପ।

ଏହାକୁ ୨୦୦୩ରେ ଅନୁମୋଦନ ମିଳିଥିଲା। ଚେନାବ ବ୍ରିଜ ଯୋଗୁ ଜମ୍ମୁ-କଶ୍ମୀର ବିଧିବଦ୍ଧ ଭାବେ ଭାରତୀୟ ରେଳ ଲାଇନ ସହ ଯୋଡ଼ି ହୋଇ ଯାଇଛି। ଏବେ କଶ୍ମୀରରୁ କନ୍ୟାକୁମାରୀ ଯାଏ ରେଳ ପଥରେ ଯାତାୟାତ ସୁବିଧାଜନକ ସ୍ଥିତିରେ ପହଞ୍ଚି ଯାଇଛି।

Post Views6 Total Count

Apply Now


This will close in 0 seconds

error: Content is protected !!