ଆସନ୍ତା 20 ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା | ବଡଭାଇ, ଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ଘର ଅଭିମୁଖେ ଯାତ୍ରା କରିବେ ଚତୁର୍ଦ୍ଧା ବିଗ୍ରହ | ସେଥିପାଇଁ ରଥଖଳାରେ ରଥନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି ।
ସେପଟେ ଅନବସରରେ ଜ୍ୱରରୁ ଉପଶମ ପାଇବା ପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରି ତେଲ ଦିଆଯାଇଛି| ୧୦୮ ଶତ୍ରୁ ସୁବାସିତ ଜଳରେ ଅତ୍ୟଧୂକ ସ୍ନାନ ପରେ ଜ୍ବରରେ ପଡିଛନ୍ତି ମହାପ୍ରଭୁ । ଅଣସର ଚମ୍ପା, କୁତ୍ତ, ଜାଇ, ହେବା ଭଳି ୧୪ ପ୍ରକାର ଫୁଲ ଘରେ ଦାରୁବିଗ୍ରହଙ୍କ ଉପଚାର ଚାଲିଛି । ଏହାପରେ ମହାପ୍ରଭୁ ଜ୍ବରରୁ ସାମାନ୍ୟ ଉପଶମ ପାଇଛନ୍ତି |
ଅନବସର ର ଷଷ୍ଠୀ ତିଥିରେ ସୁଦୁ ସୁଆରଙ୍କ ଘରୁ ଆସିଥିବା ଓଷ ଲାଗି କରାଯାଇଛି ମହାପ୍ରଭୁଙ୍କୁ | ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ବେହରଣ ଦ୍ୱାର ଦେଇ ଦଇତାପତି ପ୍ରବେଶ କରି ଓଷ ଲାଗି କରିବେ | ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ପ୍ରଭୁଙ୍କ ଆୟୁର୍ବେଦ ପଦ୍ଧତିରେ ଚିକିତ୍ସା କରାଯାଉଥିବା ବେଳେ ଘନ ଅନ୍ଧକାର ମଧ୍ୟରେ ମହାପ୍ରଭୁଙ୍କ ଏହି ଅନବସର ଗୁପ୍ତ ଚିକିତ୍ସାକରାଯାଉଛି।

