ଆଜି ବନ୍ଧୁତା ଦିବସ: ସାଙ୍ଗ ପାଇଁ ଦିନଟିଏ

ସତ୍ ମନୁଷ୍ୟ ହେଉଛି ବନ୍ଧୁତାର ଉତ୍ସ। ବନ୍ଧୁତାରେ ଅର୍ଥାଗମ ବା ଲାଭ ଅର୍ଜନର ଉଦ୍ଦେଶ୍ୟ ନ ଥାଏ। ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଥାଇ ବନ୍ଧୁତା ଆରମ୍ଭ ହେଲେ ପରବର୍ତ୍ତୀ ସମୟରେ ତାହା ମଧ୍ୟ କଳୁଷିତ ହୋଇଯାଏ। ବିଶ୍ବାସ ଓ ସତ୍ୟଶୀଳତା ହେଉଛି ପ୍ରକୃତ ବନ୍ଧୁତାର ମୂଳ ନୀତି। ପ୍ରକୃତ ବନ୍ଧୁ ସୁଖ ପ୍ରଦାନ କରେ, ସେଥିପାଇଁ ସେ ସଖା ଭାବେ ସଂବୋଧିତ ହେବା ଯୋଗ୍ୟ। କୁହାଯାଏ ଯେ ବନ୍ଧୁତାର ଦୃଷ୍ଟି ନେଇ ଅନୁଶୀଳନ କଲେ ବୈରୀ ଭାବ ଦୂର ହୁଏ। ସେଭଳି ଦୃଷ୍ଟି ଧାରଣ କଲେ ଅନ୍ୟମାନଙ୍କୁ ଭଲ ଭାବେ ବୁଝି ହୋଇଥାଏ।

ସେ ବନ୍ଧୁତାର ଅନୁପାଳକ, ପ୍ରେରକ ଓ ସଂରକ୍ଷକ। ଯେତେବେଳେ ଜଣେ ମନୁଷ୍ୟ ବିପଦ ବେଳେ ଆଉ କାହାକୁ ନ ପାଇ ଅସହାୟତାର ହାତ ପ୍ରସାରି ଦିଏ, ସେତିକି ବେଳେ ସେହି ହାତକୁ ଧରିବାକୁ ଆଗେଇ ଆସେ ଜଣେ ବନ୍ଧୁ। ଭାରତୀୟ ପରମ୍ପରାରେ ବନ୍ଧୁତାକୁ ନେଇ ଅନେକ କାହାଣୀ ରହିଛି। ବନ୍ଧୁମାନେ ଆମ ଜୀବନର ସୁଖ-ଦୁଃଖ ସହିତ ରହିଥାନ୍ତି। ଯେତେବେଳେ ବି ବନ୍ଧୁତାର କଥା ଆସେ ସେତେବେଳେ କୃଷ୍ଣ ଏବଂ ସୁଦାମାଙ୍କ ବନ୍ଧୁତ୍ୱର ଉଦାହରଣ ଦିଆଯାଏ। କୃଷ୍ଣ-ସୁଦାମାଙ୍କର ବନ୍ଧୁତାରେ ସଚ୍ଚୋଟତା, ବଳିଦାନ ଏବଂ ସମ୍ମାନର ଭାବନା ଦେଖିବାକୁ ମିଳେ। ଏହା ହିଁ ହେଉଛି ପ୍ରକୃତ ବନ୍ଧୁତାର ପ୍ରତୀକ। ଆନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳନ କରିବାର ପ୍ରସ୍ତାବ ୩୦ ଜୁଲାଇ ୧୯୫୮ରେ ପାରାଗ୍ୱେରେ ଉପସ୍ଥାପିତ ହୋଇଥିଲା।

୨୦୧୧ରେ ମିଳିତ ଜାତିସଂଘ ୩୦ ଜୁଲାଇରେ ଆନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରିବାକୁ ଘୋଷଣା କରିଥିଲା। କିନ୍ତୁ ଆମେରିକା, ଭାରତ, ବାଂଲାଦେଶ ଭଳି ଅନେକ ଦେଶ ଅଗଷ୍ଟ ମାସର ପ୍ରଥମ ରବିବାରରେ ବନ୍ଧୁତ୍ୱ ଦିବସ ପାଳନ କରନ୍ତି। କୁହାଯାଏ ଯେ ଏହି ଦିନ ବିଶ୍ୱର ଅଧିକାଂଶ ଦେଶରେ ବନ୍ଧୁତା ମାଧ୍ୟମରେ ଖୁସି ଏବଂ ଏକତାର ବାର୍ତ୍ତା ବିସ୍ତାର କରାଯାଇଥାଏ। ଏହି ବନ୍ଧୁତ୍ୱର ସମ୍ପର୍କକୁ ମନେପକେଇବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଆନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ। ତେବେ ଏହି ଅବସରରେ ଏହାର ଇତିହାସ ଉପରେ ନଜର ପକେଇ ନେବା।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!