ଆତ୍ମସମର୍ପଣ କଲେ ୧୬ ନକ୍ସଲ: ୬ଜଣଙ୍କ ନାମରେ ଥିଲା ୨୫ ଲକ୍ଷ ଟଙ୍କାର ପୁରସ୍କାର

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସ ନିକଟରେ ୧୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ପିଏଲଜିଏ ବାଟାଲିୟନର ୨ ହାର୍ଡକୋର ନକ୍ସଲ ମଧ୍ୟ ରହିଛନ୍ତି। ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଏହି ୧୬ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ  ଜଣେ ମହିଳା ଓ ପୁରୁଷ ନକ୍ସଲ ନାମରେ ୮ ଲକ୍ଷ ଲେଖାଏଁ ପୁରସ୍କାର ରହିଥିଲା।

ଏଥିସହ ୬ ଜଣ ନକ୍ସଲ ନାମରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।ସରକାରଙ୍କ ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ଏମାନେ ଆତ୍ମସମର୍ପଣ କରିଥିବା କୁହାଯାଇଛି। ସମସ୍ତ ନକ୍ସଲଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ସମସ୍ତଙ୍କୁ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି। ଲଗାତାର ପୁଲିସର ଅପରେସନରେ ନକ୍ସଲ ଭୟଭୀତ ହେବା ସହ ସଂଗଠନରେ କୌଣସି ଲକ୍ଷ୍ୟ ନେଇ କାର୍ଯ୍ୟ ହେଉନଥିବାରୁ ଆତ୍ମସମର୍ପଣ କରିଥିବା କହିଥିଲେ।

Post Views5 Total Count

Apply Now


This will close in 0 seconds

error: Content is protected !!