ଏମ୍ଏନ୍ ଦସ୍ତୁର ଆଣ୍ଡ କୋ ସହ ଟାଟା ଷ୍ଟିଲ୍ ସହଭାଗିତା

ଟାଟା ଷ୍ଟିଲ୍ ଏବଂ ଏମ୍ଏନ୍ ଦସ୍ତୁର ଆଣ୍ଡ କୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି। ଟାଟା ଷ୍ଟିଲ୍ର ଉପସଭାପତି ଡି.ବି.ସୁନ୍ଦରରମଣ କହିଛନ୍ତି,ଟାଟା ଷ୍ଟିଲ୍ର ପ୍ରାକୃତିକ ସମ୍ବଳ ଡିଭିଜନ ଜରିଆରେ ଶତାବ୍ଦୀରୁ ଅଧିକ ସମୟ ଧରି ଆମେ ଖଣି ବ୍ୟବସାୟରେ ରହିଥିବା ବେଳେ ଦୀର୍ଘସ୍ଥାୟୀ ଖଣି ଲାଗି ଆମର ଖଣିଗୁଡ଼ିକୁ ଅନୁସନ୍ଧାନ ଓ ଖଣି ଯୋଜନା ସେବା ପ୍ରଦାନ କରାଯାଉଛି।

ଟାଟା ଷ୍ଟିଲ୍ ବାହାରେ ଥିବା ଖଣି ଶିଳ୍ପକୁ ଟାଟା ଷ୍ଟିଲ୍ ଇଣ୍ଡଷ୍ଟ୍ରିଆଲ୍ କନ୍ସଲ୍ଣ୍ଟିଂ ଜରିଆରେ ଆମର ଖଣି ବୈଷୟିକ ସେବାକୁ ବାଣିଜି୍ୟକ ଭିତ୍ତିରେ ପ୍ରଦାନ କରୁଛୁ।
ଅନୁସନ୍ଧାନଠାରୁ ଆରମ୍ଭକରି ଖଣିଜ ସମ୍ବଳରୁ ଫିଜିବିଲିଟି ଷ୍ଟଡିର ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ ପର୍ଯ୍ୟନ୍ତ ଏବଂ ଇଞ୍ଜିନିୟରିଂ ଓ ଭିତ୍ତିଭୂମିରେ ଆବଶ୍ୟକ ସହାୟତା ପାଇଁ ଟାଟା ଷ୍ଟିଲ୍ ପକ୍ଷରୁ ଏମ୍ଏନ୍ ଦସ୍ତୁର ଆଣ୍ଡ କମ୍ପାନୀ ପ୍ରାଇଭେଟ୍ ଲିମିଟେଡ୍ ସହ ଏକ ବ୍ୟବସାୟ ସହଭାଗିତା ଚୁକ୍ତିନାମା ସ୍ବାକ୍ଷର କରାଯାଇଛି।

ବିଭିନ୍ନ ଖଣିଜ ଓ ଭୌଗୋଳିକ ଅଞ୍ଚଳ ପର୍ଯ୍ୟନ୍ତ ସମନ୍ବିତ ପ୍ରକଳ୍ପ ପ୍ରଦାନ କରିବା ଲାଗି ଏମ୍ଏନ୍ ଦସ୍ତୁର ଟାଟା ଷ୍ଟିଲ୍ ସହ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି।

Post Views87 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!