ଗୁରୁ ଦିବସ ଅବସରରେ, ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (ଓକେସିଏଲ) ଏହାର ପ୍ରମୁଖ ପଦକ୍ଷେପ ନୂତନ କେନ୍ଦ୍ର ପଞ୍ଜୀକରଣ ପକ୍ରିୟା ୨୦୨୬(ଏନ ସି ଆର ୨୦୨୬) ଆରମ୍ଭ କରିଛି, ଯାହାକୁ ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ପୁଥାଲ ଉନ୍ମୋଚନ କରିଛନ୍ତି।
ଡକ୍ଟର ପୁଥାଲ ଏନ ସି ଆର ୨୦୨୬ କୁ ” ଓକେସିଏଲ ସହିତ ସଂଯୋଗ ସ୍ଥାପନ କରିବା ଏବଂ ଓଡ଼ିଶାର ଡିଜିଟାଲ୍ ଶିକ୍ଷା ଏବଂ ସଶକ୍ତିକରଣ ମିଶନରେ ଯୋଗଦାନ ଦେବା ପାଇଁ ଉଭୟ ବିଦ୍ୟମାନ ଏବଂ ଆକାଂକ୍ଷୀ ଶିକ୍ଷା ଉଦ୍ୟୋଗୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ” ଭାବରେ ବର୍ଣ୍ଣନା କରିଛନ୍ତି। ସେ ଆଲୋକପାତ କରିଥିଲେ ଯେ ଓକେସିଏଲ ଅଧିକୃତ୍ତ ଶିକ୍ଷା କେନ୍ଦ୍ରମାନେ କେବଳ ନୂତନ ରାଜସ୍ୱ ସୁଯୋଗରୁ ଲାଭବାନ ହେବେ ନାହିଁ ବରଂ ଶିକ୍ଷା, ନିଯୁକ୍ତି ଏବଂ ଡିଜିଟାଲ୍ ସାକ୍ଷରତା ପ୍ରସାରରେ ଏକ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିବେ ।

ସାରା ଓଡ଼ିଶାରେ ପୂର୍ବରୁ ସକ୍ରିୟ ଥିବା ୭୭୪ ରୁ ଅଧିକ ଅଧିକୃତ୍ତ ଶିକ୍ଷା କେନ୍ଦ୍ର ସହିତ, ଓକେସିଏଲ ଏବେ ଏହି ବର୍ଷ ୧୦୦୦ ନୂତନ କେନ୍ଦ୍ରକୁ ସାମିଲ କରି ଏହାର ନେଟୱାର୍କ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି। ଏହି କେନ୍ଦ୍ରଗୁଡ଼ିକ ଓକେସିଏଲ ଠାରୁ ନିରନ୍ତର ତାଲିମ, ମାର୍କେଟିଂ ଏବଂ କାର୍ଯ୍ୟକ୍ଷମ ସହାୟତା ପାଇବା ସହିତ ଅନ୍ତରାଜାତୀୟ ସ୍ତରର ବିଭିନ୍ନ ଦକ୍ଷତା-ଆଧାରିତ କମ୍ପୁଟର ପାଠ୍ୟକ୍ରମ ପ୍ରସାର ଦିଗରେ କାର୍ଯ କରିବେ
ବିଭିନ୍ନ ଦକ୍ଷତା-ଆଧାରିତ କମ୍ପୁଟର ପାଠ୍ୟକ୍ରମ ବ୍ୟତୀତ, ଓକେସିଏଲ ଇ-ଗଭର୍ଣ୍ଣାନ୍ସ ମନିଟରିଂ, ସରକାରୀ ଅଧିକାରୀଙ୍କ ତାଲିମ, ସ୍କୁଲ ଇ-କଣ୍ଟେଣ୍ଟ ବିକାଶ ଏବଂ ଅଲିମ୍ପିଆଡ୍ ଆନ୍ଦୋଳନ କ୍ଷେତ୍ରରେ ରେ ମଧ୍ୟ ପଦକ୍ଷେପ ନେଉଛି – ଡିଜିଟାଲ ପରିବର୍ତ୍ତନରେ ଅଗ୍ରଣୀ ଭାବରେ ଏହାର ଭୂମିକାକୁ ଆହୁରି ମଜବୁତ କରୁଛି।
ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (ଓକେସିଏଲ) ହେଉଛି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଅଧୀନରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ଏକ ସ୍ୱତନ୍ତ୍ର ଅନୁଷ୍ଠାନ । ଏହା କମ୍ପୁଟର ସାକ୍ଷରତା, ଦକ୍ଷତା ବିକାଶ ଏବଂ ଇ-ଗଭର୍ଣ୍ଣାନ୍ସ ପଦକ୍ଷେପ ମାଧ୍ୟମରେ ଡିଜିଟାଲ୍ ବିଭାଜନକୁ ଦୂର କରିବା ଏବଂ ଲକ୍ଷ ଲକ୍ଷ ଶିକ୍ଷାର୍ଥୀଙ୍କୁ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

