ଅନୁଗୁଳ ଜିଲ୍ଲାରେ ଛଅମାସ ଭିତରେ ଅଞ୍ଚଳ ପାଇଁ ୨ଶହ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ। ବ୍ରାହ୍ମଣୀ ନଦୀ ଉପରେ ଥିବା ସେତୁକୁ ପବିତ୍ର ମୋହନ ପ୍ରଧାନ ସେତୁ କରିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଥିଲେ । ଅନୁରୋଧ ରକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ସିବିଡାରୁ ଖଡ଼କା ରାସ୍ତା ପାଇଁ ୪୨କୋଟି ଟଙ୍କା ମଂଜୁର ହୋଇ ଟେଣ୍ଡର ପ୍ରକ୍ରିୟା ସରିଛି। ପାଲଲହଡ଼ା ସହରରୁ ମାଙ୍କଡ଼ା ନାଳ ଦେଇ ନାଇକାଣିପାଲି ପର୍ଯ୍ୟନ୍ତ ରାସ୍ତା ପାଇଁ ୨୦କୋଟି, ଦାଡ଼ଗଡ଼ିଆ ସିଆରିଆ ରାସ୍ତା ପାଇଁ ୧୪କୋଟି ୯୦ ଲକ୍ଷ, ମାଙ୍କିଡିଆ ନାଳ ଉପରେ ସେତୁ ପାଇଁ ୫କୋଟି ୪୦ଲକ୍ଷ, ଅନ୍ଧାରୀ ନାଳ ଉପରେ ଓଡ଼ଶରୁ କୋଚିଆବେଡ଼ାକୁ ସଂଯୋଗ କରୁଥିବା ସେତୁ ପାଇଁ ୪କୋଟି, ପବିତ୍ର ମୋହନ ପ୍ରଧାନ ମେମୋରିଆଲ୍ ପାଇଁ ପ୍ରାୟ ୩କୋଟି ଅନୁମୋଦନ ହୋଇଛି। ଜିଲ୍ଲାର ସବୁ କଲେଜ ସ୍କୁଲକୁ 5Tରେ ସାମିଲ କରାଯାଇଛି। ବଡ଼ ସହରର ପିଲାଙ୍କ ଭଳି ଏହି ଅଞ୍ଚଳର ପିଲା ବି ପାଠ ପଢିବେ। ଖମାର କଲେଜ ରୂପାନ୍ତରଣ ପାଇଁ ୫କୋଟି ଟଙ୍କା ମଂଜୁର କରାଯାଇଛି। ଗ୍ରାମାଞ୍ଚଳରେ ବଞ୍ଚିତ ହିତାଧିକାରୀଙ୍କୁ ଖୁବ୍ ଶୀଘ୍ର ବିଏସକେଓ୍ବାଇ କାର୍ଡ ମିଳିବ। ଫେବ୍ରୁଆରୀରେ ଅନୁଗୁଳରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରାଯିବ। ଫେବ୍ରୁଆରୀ ସୁଦ୍ଧା ଜିଲ୍ଲାର ସବୁ ପଞ୍ଚାୟତରେ ମିଳିବ ବ୍ୟାଙ୍କ ସୁବିଧା। ପ୍ରତି ପଞ୍ଚାୟତରେ ଥିବା ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ମଧ୍ୟ ଟଙ୍କା ଦିଆଯାଇଛି ।

