ଏକଜିଟ୍ ପୋଲ୍ ପରେ ବିଜେପି ରେ ଉତ୍ସବ,ରାହୁଲ ଗାନ୍ଧୀ କହିଲେ ଏକଜିଟ୍ ପୋଲ୍ ନୁହେଁ  ଫାଣ୍ଟାସି ପୋଲ୍ 

 

ଏକାଧିକ ଏକଜିଟ୍ ପୋଲ୍ ସର୍ଭେରେ ଏଥର ଏନଡିଏ ପୁଣିଥରେ ବହୁମତ ହାସଲ କରିବ ବୋଲି ଅନୁମାନ କରିଛନ୍ତି । ଅନ୍ୟପଟେ ଇଣ୍ଡିଆ ମେଣ୍ଟ ୧୩୧ରୁ ୧୬୬ ଆସନ ଜିତିପାରେ ବୋଲି ଅନୁମାନ କରିଛି ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ । ହେଲେ ଅନ୍ୟପଟେ କିନ୍ତୁ ଇଣ୍ଡିଆ ମେଣ୍ଟ ଏଥର ସରକାରକୁ ଫେରିବ ବୋଲି ଦୃଢୋକ୍ତି ପ୍ରକାଶ କରୁଛନ୍ତି କଂଗ୍ରେସ ନେତା ।
ସୂତ୍ର ଅନୁଯାୟୀ ଏକଜିଟ୍ ପୋଲ୍ ଫଳାଫଳ ପରେ ବିଜେପି ବର୍ତ୍ତମାନ ଏକ ବଡ ଉତ୍ସବ ଆୟୋଜନ ପାଇଁ ଯୋଜନା କରୁଛି । ଫଳଫଳ ପରେ ଆୟୋଜିତ ହେବ ଏକ ଗ୍ରାଣ୍ଡ ରୋଡ ସୋ’ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି ।

ଲୋକ କଲ୍ୟାଣ ମାର୍ଗରୁ ବିଜେପି କାର୍ୟ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ୩ ଲକ୍ଷ କର୍ମକର୍ତ୍ତା ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ସେହିପରି ଓଡ଼ିଶାରେ ମଧ୍ୟ ପରିବର୍ତ୍ତନ ନିଶ୍ଚିତ ବୋଲି ପ୍ରକାଶ କରିଛନ୍ତି ବିଜେପି ନେତା । ଖୋର୍ଦ୍ଧାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି – ଓଡ଼ିଶାରେ ପରିବର୍ତନ ନିଶ୍ଚିତ ହୋଇ ସାରିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତି ଉପରେ ଭରସା କରି ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ ମନସ୍ଥ କରିଛନ୍ତି ରାଜ୍ୟବାସୀ । ଏହି ପରିବର୍ତ୍ତନ ଲୋକଙ୍କ ପାଇଁ କଲ୍ୟାଣକାରୀ ହେବ ବୋଲି ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି ।

ଅନ୍ୟପଟେ କରୁଣାନିଧିଙ୍କ ଜନ୍ମ ଶତାବ୍ଦୀରେ ଆୟୋଜିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ଦିଲ୍ଲୀ ସ୍ଥିତ ଡିଏମକେ ଅଫିସରେ ପହଞ୍ଚିଥିଲେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ। ଏକଜିଟ୍ ପୋଲ୍ ନେଇ ସିଏ କହିଛନ୍ତି ,ବାସ୍ କେବଳ ଜୁନ୍ ୪ରେ ରେଜଲ୍ଟକୁ ଅପେକ୍ଷା କରନ୍ତୁ” । ସେହିପରି “ଏକଜିଟ୍ ପୋଲ୍ ନୁହେଁ ଏହା ଫାଣ୍ଟାସି ପୋଲ୍ ବୋଲି କହିପାରିବା” ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଏଥିସହ ଏଥର ଇଣ୍ଡିଆ ମେଣ୍ଟ ୨୯୫ ସିଟ୍ ଜିତିବ ବୋଲି ସଙ୍କେତ ଦେଇଛନ୍ତି ରାହୁଲ ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!