ମହମ୍ମଦ ମୋକିମଙ୍କୁ ବଡ଼ ଆଶ୍ବସ୍ତି, ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ

ବାରବାଟୀକଟକ ବିଧାୟକ ଭାବେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଓଡ଼ିଶା ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ମୋକିମ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।ସୁପ୍ରିମକୋର୍ଟରୁ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଆଜି ମିଳିଛି ଆଶ୍ୱସ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ।

ସୂଚନା ଯୋଗ୍ୟ ଯେ, ମୋକିମ ୨୦୧୯ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କର ଶପିଂ ତାଲିକା ଓ ଆପରାଧିକ ତଥ୍ୟ ଠିକ ଭାବେ ଦେଇ ନ ଥିବା ନେଇ ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା। ହାଇକୋର୍ଟର ବିଚାରପତି ସଙ୍ଗମ କୁମାର ସାହୁ ଉକ୍ତ ମାମଲାର ବିଚାର କରି ୬୬୨ ପୃଷ୍ଠା ସମ୍ବଳିତ ରାୟ ଶୁଣାଇଥିଲେ। ୨୦୧୯ ବିଧାନସଭା ନିର୍ବାଚନକୁ ଅଦାଲତ ଅସିଦ୍ଧି ଘୋଷଣା କରିବା ସହ ମୋକିମଙ୍କୁ ପୂର୍ବତନ ବିଧାୟକ କୁହାଯାଇପାରିବ ନାହିଁ ବୋଲି ତାଙ୍କ ରାୟରେ ସ୍ପଷ୍ଟ କରିଥିଲେ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!