ଗୁଜରାଟ ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଛି ।
ଏଥିରେ ୨୪୨ ଜଣ ଯାତ୍ରୀ ଥିବା ସୂଚନା ରହିଛି । ପ୍ରାଥମିକ ରିପୋର୍ଟ ମୁତାବକ, ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏଭଳି ଦୁର୍ଘଟଣା ଘଟିଛି ।
ଘଟଣାସ୍ଥଳରେ ଫାୟାର ବିଗ୍ରେଡ୍ ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଥିଲେ ବି ଦୁର୍ଘଟଣା ଏତେ ଭୟଙ୍କର ରହିଛି ଯେ ନିଆଁ ଲିଭାଇବା କଷ୍ଟସାଧ୍ୟ ହେଉଛି ।

