ଉତ୍କଟ ବାୟୁ ପ୍ରଦୂଷଣ ପାଇଁ ସନ୍ତୁଳି ହେଉଛନ୍ତି ରାଜଧାନୀବାସୀ

ପ୍ରଦୂଷଣ ହେତୁ ବର୍ତ୍ତମାନ ଦିଲ୍ଲୀ-ଏନସିଆରର ଅବସ୍ଥା ଖରାପ ହେବାରେ ଲାଗିଛି । ଲୋକମାନେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ରେକର୍ଡ ସ୍ତରରେ ପହଞ୍ଚିଥିଲା ସେତେବେଳେ ଏକ ସର୍ଭେ ଆରମ୍ଭ ହୋଇଥିଲା । ଲୋକମାନେ କିପରି ବିଷାକ୍ତ ବାୟୁ ସହିତ ମୁକାବିଲା କରୁଛନ୍ତି ତାହା ସର୍ଭେରୁ ଜଣାପଡିଛି ।

ସେପଟେ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ପାଇଁ ଚିନ୍ତାରେ ସରକାର । ଦିଲ୍ଲୀ ଆପ ସରକାରର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଗତକାଲି ଜରୁରୀ ବୈଠକ କରିଛନ୍ତି । ସ୍ଥିତି ମୁକାବିଲା ପାଇଁ ସରକାରୀ ଅଧିକାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ୫୦% କର୍ମଚାରୀଙ୍କୁ ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସ୍କୁଲ ଓ କେଲଜ ଗୁଡିକୁ ଅନଲାଇନ୍ କ୍ଲାସ ନେବା ପାଇଁ କୁହାଯାଇଛି । ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣ ପାଇଁ ଚିନ୍ତାରେ ରାଜଧାନୀବାସୀ । ସ୍ଥିତି ଯଦି ନ ସୁଧିରିବ ତେବେ ଆଗକୁ ଦିଲ୍ଲୀରେ ଭୟଙ୍କର ସ୍ଥିତି ଉପୁଜିପାରେ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!