ଶୁଭେନ୍ଦୁ ଅଧିକାରୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ : ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଆଉ ୩୫ ସଦସ୍ୟ

ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ। ଆଜି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଆଉ ୩୫ ସଦସ୍ୟ। ଗତ ମେ ୯ ତାରିଖରେ ଶୁଭେନ୍ଦୁଙ୍କ ସହ ଶପଥ ନେଇଥିଲେ ୫ ବିଧାୟକ। ସେମାନେ ହେଲେ ଦିଲୀପ ଘୋଷ, ଅଗ୍ନିମିତ୍ରା ପଲ, ଅଶୋକ କୀର୍ତ୍ତନିଆ, ନିଶୀଥ ପ୍ରମାଣିକ, ଖୁଦିରାମ ଟୁଡୁ। ସେମାନଙ୍କୁ ମିଶାଇ ଶୁଭେନ୍ଦୁ ମନ୍ତ୍ରିମଣ୍ଡଳର ସଦସ୍ୟ ସଂଖ୍ୟା ପହଞ୍ଚିଛି ୪୧ରେ। ୨୯୪ ଆସନ ବିଶିଷ୍ଟ ବିଧାନସଭାରେ ସର୍ବାଧିକ ୪୪ ମନ୍ତ୍ରୀ ସ୍ଥାନ ପାଇପାରିବେ। କୋଲକାତାର ଲୋକଭବନରେ ଆୟୋଜିତ ଉତ୍ସବରେ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଜ୍ୟପାଳ ଆର.ଏନ. ରବି। ନୂଆ ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ତାପସ ରୟ, ସରଦ୍ବାତ ମୁଖାର୍ଜୀ, ଜଗନ୍ନାଥ ଚଟ୍ଟୋପାଧ୍ୟାୟ, ଶଙ୍କର ଘୋଷ, ଦୀପକ ବର୍ମନ ପ୍ରମୁଖ।

Post Views73 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!