ଦିଲ୍ଳୀ ବିଧାନସଭାରେ ହାରିଲେ କେଜ୍ରିୱାଲ

ଆପକୁ ଡବଲ ଝଟକା । ଦିଲ୍ଳୀ ବିଧାନସଭାରେ ହାରିଲେ କେଜ୍ରିୱାଲ। ଦିଲ୍ଳୀ ସିଟ୍‌ ରୁ ପରାଜୟ ବରଣ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଏହି ସିଟ୍‌ ରୁ ବିଜେପି ପ୍ରାର୍ଥି ପରବେଶ ବର୍ମା ବିଜୟ ଲାଭ କରିଛନ୍ତି ।

ଶେଷରେ ବାଜି ମାରିଲା ବିଜେପିସେହିପରି କାଲକାଜୀ ସିଟ୍‌ ପ୍ରାର୍ଥି ଅତିଶୀ ବିଜେପି ଆଶାୟି ରମେଶ ବିଧୁଡିଙ୍କ ଠାରୁ ପଛରେ ଅଛନ୍ତି । ରମେଶ ବିଧୁଡି କହିଛନ୍ତି ଆମ ଆଦମି ପାର୍ଟି ଦିଲ୍ଳୀରୁ ସଫା ହୋଇଯିବ ।

ବିଧୁଡି କହିଛନ୍ତି ଜନତା ବିଜେପିକୁ ବହୁମତରେ ବିଜୟ କରିବେ। ଏଥିରେ ସନ୍ଦେହ ନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଦିଲ୍ଲୀ ମଧ୍ୟ ଅନ୍ୟ ସହର ଭଳି ପ୍ରଗତି କରିବ। ମୁଁ ପୁରା ବିଶ୍ବାସର ସହ କହିବି ଯେ ଆପ୍‌ ଦେଶ ରାଜଧାନୀ ଦିଲ୍ଳୀରୁ ସଫାହୋଇଯିବ । ଏପଟେ ଗଣିତି ଚାଲିଛି। ବିଜେପି ଆଗରେ ରହିଛି। ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଫେରି ପାଇବାକୁ ଆଶା ବାନ୍ଧିଛି ବିଜେପି । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ।

Post Views16 Total Count

Apply Now


This will close in 0 seconds

error: Content is protected !!