ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଏକ ଡ୍ରୋନ ଉଡ଼ୁଥିବା ଘଟଣା ସମ୍ପର୍କରେ SPG ଦିଲ୍ଲୀ ପୁଲିସ୍କୁ ସୂଚନା ଦେଇଥିଲା।
କିଛି ସମୟ ମଧ୍ୟରେ ତାହା ଉଭାନ ହୋଇଗଲା। ଏହାପରେ ତତ୍କ୍ଷଣାତ ଦିଲ୍ଲୀର ବହୁ ବରିଷ୍ଠ ପୁଲିସ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ପିଏମ୍ ଆବାସ ଚାରିପଟେ ବହୁ ସଂଖ୍ୟାରେ ସୁରକ୍ଷା ବଳ ଫୋର୍ସଙ୍କୁ ମୁତୟନ କରାଯାଇଛି।
ହେଲେ ୪ ଘଣ୍ଟା ପରେ ବି ଡ୍ରୋନ ସମ୍ପର୍କରେ କିଛି ସୂଚନା ମିଳିପାରିନି। ପିଏମ୍ ଆବାସ ଓ ଆଖାପାଖ ଅଞ୍ଚଳ ନୋ ଫ୍ଲାଇଂ ଜୋନ୍ ହୋଇଥିବା ବେଳେ କିପରି ଏକ ଡ୍ରୋନ ସୁରକ୍ଷା ଭେଦ କରି ଆସି ଉଡ଼ିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏଥିସହ ତାହାକୁ କିଏ ଓ କେଉଁ ଉଦ୍ଦେଶ୍ୟରେ ପଠାଇଥିଲା ସେ ନେଇ ବି ଆରମ୍ଭ ହୋଇଛି ତଦନ୍ତ । ତେବେ ଏହି ସମୟରେ ବାସଭବନରେ ପ୍ରଧାନମନ୍ତ୍ରୀ ଥିଲେ ନା ନାହିଁ ସେ ନେଇ କିଛି ସୂଚନା ମିଳିନି।

