ରୋଚକ ରାଜ୍ୟ ରାଜନୀତି, ନେତା ଖୋଲିଲେ ନିଜ ଦଳ ନେତାଙ୍କ ଗୁମର

ଆଗରୁ ବିରୋଧୀ କହୁଥିଲେ ଦିବାସ୍ବପ୍ନ । ଏବେ ନିଜ ଦଳ ଲୋକ କହିଲେଣି ୫ ବର୍ଷ ପୂର୍ବରୁ ପୁଣିଥରେ ସରକାର ଗଠନ ଅବାସ୍ତବ ଚିନ୍ତାଧାରା । ବଦ୍ରି ପାତ୍ର ବୟାନବାଜିରେ ଟାଣିଲେ ବିରାମ । ଏଣେ ଦଳ ବି ଜନାଦେଶକୁ ସ୍ବୀକାର କରିଛି । ତେବେ କାହିଁକି ପରାଜୟ ପରେ ଦେବାଶିଷ ସାମନ୍ତରାୟ, ମୁନା ଖାଁ ଓ ଅତନୁ ସବ୍ୟସାଚୀ ସରକାର ଗଠନ ପାଇଁ କର୍ମୀଙ୍କୁ ସ୍ବପ୍ନ ଦେଖାଉଛନ୍ତି ।

ବଦ୍ରି ଖୋଲିଲେ ନିଜ ଦଳ ବିଜେଡି ନେତାଙ୍କ ଗୁମର । ସରକାରକୁ ପୁଣି ବିଜେଡି ଫେରିବା ଦମ୍ଭୋକ୍ତିକୁ କଲେ କଡ଼ା ସମାଲୋଚନା । ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ ଓ ଅତନୁ ସବ୍ୟସାଚୀଙ୍କ ବୟାନକୁ କହିଲେ ଅବାସ୍ତବ । ଯେଉଁ ନେତାମାନେ କହୁଛନ୍ତି ୫ ବର୍ଷ ପୂର୍ବରୁ ବିଜେଡି ନୂଆ ସମୀକରଣ କରି ସରକାରକୁ ଫେରିବ ସେମାନଙ୍କ ମତି ବିଭ୍ରାଟ ହୋଇଛି । କଂଗ୍ରେସ ଓ ବିଜେପିଠାରୁ ବିଜେଡି ବହୁ ଦୂରରେ । ବିଜେଡି କାହିଁକି କଂଗ୍ରେସ ସହ ମେଣ୍ଟ କରିବ ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ଯେଉଁମାନେ କହୁଛନ୍ତି ଯେ, ସରକାରକୁ ଫେରିବା ପାଇଁ କଂଗ୍ରେସ ସହ ମେଣ୍ଟ କରାଯିବ, ସେମାନଙ୍କୁ କ’ଣ ଏହା ଦଳର ନେତା କହିଛନ୍ତି କି କହିବାକୁ ବୋଲି ପ୍ରଶ୍ନ କରିଛନ୍ତି । ଅବାସ୍ତବ ଓ ଯଥାର୍ଥତା ନଥିବା କଥା କହି ନିଜକୁ ନିନ୍ଦିତ କରୁଛନ୍ତି ଏହି ନେତା । ସେପଟେ ବିଜେଡି ମଧ୍ୟ କହିଛି ଜନାଦେଶକୁ ଆମେ ଗ୍ରହଣ କରିଛୁ । କେଉଁ ନେତା କଣ କହୁଛନ୍ତି ତାହା ସେମାନଙ୍କର ବ୍ୟକ୍ତିଗତ ମନ୍ତବ୍ୟ । ଆଉ ବିଜେଡି ବୟାନବାଜି କଳିକୁ ନେଇ ବିଜେପିର ମତ ହେଲା ବଦ୍ରି ପାତ୍ର ଯାହା କହିଛନ୍ତି ତାହା ଠିକ୍ । ତେବେ ଖୁବ୍ ଶୀଘ୍ର ବିଜେଡି ସଫା ହୋଇଯିବ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!