ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ

ଆସିଲା ବଡ଼ ଖବର । ଆସନ୍ତାକାଲି ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ । ସକାଳ ୮ଟାରେ ଆଶ୍ରମ ଭଙ୍ଗାଯିବ ବୋଲି ମିଳିଛି ସୂଚନା । ଏନେଇ ବିଡିଏ ଘୋଷଣା କରିଛି । ବିଡିଏ, ବିଏମ୍‌ସି ଓ କମିଶନରେଟ୍ ପୋଲିସ ପକ୍ଷରୁ ଭଙ୍ଗାଯିବ ଆଶ୍ରମ । ୧୪୦ ଡିସିମିଲ୍ ସରକାରୀ ଜମିରେ ଅଛି ବୈକୁଣ୍ଠଧାମ ଆଶ୍ରମ । ବିଶ୍ୱାସ ଆଉ ଗୁରୁଶିଷ୍ୟ ପରଂପରା ନାଁରେ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରେ ଚାଲିଥିଲା ଭାଣ୍ଡାମୀ ।

ବାବାଙ୍କ ଦରବାରର ଭିଡିଓ ସାମ୍ନାକୁ ଆସିବା ପରେ ଜଣା ପଡ଼ିଥିଲା, କେମିତି ଚାଲିଥିଲା ବାବାଙ୍କ ପୂଜା। ବୈକୁଣ୍ଠ ଧାମ ଆଶ୍ରମ ଭିତରେ ଆସର ବସୁଥିଲା, ଲୋକେ ଦୂର ଦୂରାନ୍ତରୁ ଆସୁଥିଲେ । ବାବା ଗାଦିକୁ ଆସୁଥିଲେ ଆଉ ତାଙ୍କୁ ଦେଖିବାକୁ ଭିଡ଼ ଜମୁଥିଲା । କାଳେ ବୈକୁଣ୍ଠ ଧାମରେ ବସି ବାବା ସବୁ ଦୁଃଖ କଷ୍ଟ ଲୋକଙ୍କ ଦୂର କରି ଦେବେ ବୋଲି କହୁଥିଲେ । ସେହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Post Views43 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!