ଆଜିଠୁ ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଗୃହରେ ନିଜର ଅଭିଭାଷଣ ରଖିବେ । ଏହାପରେ ଧନ୍ଯବାଦ ପ୍ରସ୍ତାବ ଆଗତ ହେବ । ଏହା ଉପରେ ଆଲୋଚନା ମଧ୍ଯ କରାଯିବ । ପ୍ରଥମ ଦିନରେ ଗୃହରେ ସେମିତି କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ଯକ୍ରମ ରହିବ ନାହିଁ। ଆସନ୍ତାକାଲି ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଏହା କେନ୍ଦ୍ର ସରକାରଙ୍କ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଅନ୍ତିମ ବଜେଟ ହେବ । ବଜେଟ ଅଧିବେଶନ ଫେବୃଆରୀ ୯ ତାରିଖ ଯାଏଁ ଚାଲିବ । ଗତକାଲି ବସିଥିବା ସର୍ବଦଳୀୟ ବୈଠକରେ ବଜେଟ ଅଧିବେଶନକୁ ସୁରୁଖୁରରେ ଚଳାଇବା ପାଇଁ ସବୁ ରାଜନୈତିକ ଦଳଙ୍କ ସହଯୋଗ ଲୋଡିଥିଲେ କେନ୍ଦ୍ର ସରକାର ।
ଅଧିବେଶନ ପୂର୍ବରୁ ସମସ୍ତ ସାଂସଦଙ୍କ ନିଲମ୍ବନ ରଦ୍ଦ ହୋଇଛି । ଶୀତ ଅଧିବେଶନ ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରୁ ୧୪୬ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ବିରୋଧୀ ସାଂସଦଙ୍କୁ ବାଚସ୍ପତି ଓମ୍ ବିର୍ଲା ପୂରା ଅଧିବେଶନ ପାଇଁ ନିଲମ୍ବିତ କରିଥିଲେ।

