ଅଙ୍ଗନଓ୍ବାଡି କର୍ମୀଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ

ପୁଣି ମହିଳାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ ଘୋଷଣା କରିଛନ୍ତି। ପୂର୍ବରୁ ୨ଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିଥିବା ବେଳେ ୨୪ ତାରିଖରେ ୩ୟ ପର୍ଯ୍ୟାୟ ଟଙ୍କା ମିଳିବ ।

ଏଥର ୨୦ରୁ ୨୫ ଲକ୍ଷ ମହିଳା ଏହି ଟଙ୍କା ପାଇବେ । ତେବେ ଏହି ପର୍ଯ୍ୟାୟରେ ରାଜ୍ୟର ଲକ୍ଷ ଲକ୍ଷ ଅଙ୍ଗନବାଡି କର୍ମୀଙ୍କୁ ସୁଭଦ୍ରା ଟଙ୍କା ମିଳିବ । ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକାଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୨ ଲକ୍ଷ ୬୭ ହଜାର ଆବେଦନ ଖାରଜ ହୋଇଛି । ଯେଉଁମାନଙ୍କର ରିଜେକ୍ଟ ହୋଇଛି ସେମାନଙ୍କ ଆବେଦନର ଯାଞ୍ଚ ଚାଲିଛି । ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଆଲୋଚନା କରାଯାଉଛି । କୌଣସି ଯୋଗ୍ୟ ହିତାଧିକାରୀ ବାଦ ପଡିବେ ନାହିଁ । ବାରମ୍ବାର ଚେକ୍ କରାଯିବ । ରୂପରେଖ ଫାଇନାଲ ହେବ । ୧ ତାରିଖ ଦିନ ନୋଡାଲ ଏଜେନ୍ସି ନିଯୁକ୍ତ ହେବ । କେହି ବି ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେବେ ନାହିଁ ବୋଲି ସେ କହିଛନ୍ତି।
ଏହାଛଡ଼ା ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ବାଦ୍ ହିତାଧିକାରୀଙ୍କୁ ସାମିଲ କରାଯିବା ନିମନ୍ତେ ଗୁରୁବାର ବୈଠକ ବସିବ। ୨୪ ସୁଦ୍ଧା ହିତାଧିକାରୀଙ୍କ ସଂଖ୍ୟା ୮୦ ଲକ୍ଷ ଟପିବ। ଏଯାବତ ୧ କୋଟି ୧୬ ଲ%ରେ ସୁଭଦ୍ରା ଆବେଦନ ପହଞ୍ଚିଲାଣି। ତେବେ ୫ ଲକ୍ଷ ଆବେଦନକାରୀଙ୍କୁ ସିଙ୍ଗଲ ପାଇଁ ଅପିଲ କରାଯାଇଥିବା ସେ ମଧ୍ୟ କହିଛନ୍ତି।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!